ଭବାନୀପାଟଣା ରେ ଉଦଘାଟନ ହେଲା ନବ ନିର୍ମିତ ଇଣ୍ଟେରିଅର ଡିଜାଇନ ଷ୍ଟୁଡିଓ,

Mar 24, 2025 - 21:37
Mar 24, 2025 - 22:14
 0  90
ଭବାନୀପାଟଣା ରେ ଉଦଘାଟନ ହେଲା ନବ ନିର୍ମିତ ଇଣ୍ଟେରିଅର ଡିଜାଇନ ଷ୍ଟୁଡିଓ,

ଭବାନୀପାଟଣା ରେ ଉଦଘାଟନ ହେଲା ନବ ନିର୍ମିତ ଇଣ୍ଟେରିଅର ଡିଜାଇନ ଷ୍ଟୁଡିଓ,

ଶୁଭମ ବାର୍ତ୍ତା :- _ମଣିଷ ଏକ ସାମାଜିକ ପ୍ରାଣୀ। ପ୍ରତେକ ମଣିଷର ଇଛା ତାର ଜୀବନ କାଳରେ ସ୍ୱପ୍ନର ଘର ଖଣ୍ଡିକ ନିର୍ମାଣ କରି ସପରିବାର ଖୁସି ରେ ସେ ଘରେ ବସବାସ କରିବେ। ସେ ଘର ଛୋଟ ହେଇଥାଉନା କାହିଁକି, ନିଜ ଆଖିରେ ତାର ସ୍ୱପ୍ନ ର ଘର ଖଣ୍ଡିକ ବାହାରୁ ଯେତେ ସୁନ୍ଦର, ସେମିତି ଘର ଭିତରେ ମଧ୍ୟ ବିଭିନ୍ନ ଇଣ୍ଟେରିଅର ଡିଜାଇନ ସାଜସଜା ସହ ଲୋଭନୀୟ ସଦୃଶ ହେବା ଦରକାର।ଆଜିର ମଣିଷ ର ଚାହିଦା ଓ ରୁଚିକୁ ଆକୃଷ୍ଟ କଲାବୋଲି ଏକ ଉନ୍ନତ ମାନର Design Studio ର ଶୁଭ ଉଦଘାଟନ ହୋଇଯାଇଛି। ଭବାନୀପାଟଣା ସହରର ମୁଖ୍ୟ ଆକର୍ଷଣ ଗାନ୍ଧିଛକ ନିକଟସ୍ଥ ଭବାନୀ ବ୍ୟାକେରି ସମ୍ମୁଖରେ ଏସ. ଏସ. ଇଣ୍ଟେରିଅର ଓ Studio ନାମିତ ନବ ନିର୍ମିତ ଗୃହର ଶୁଭାରମ୍ଭ ହୋଇଯାଇଛି।ଉଦଘାଟନ ସମୟରେ ଭବାନୀପାଟଣା ପୌରପାଳିକା ର ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ପରେ ଏସ. ଏସ. ଇଣ୍ଟେରିଅର Studio ର ନିର୍ମାତା/ମାଲିକ ତଥା ମୁଖ୍ୟ ସ୍ଥାପିତ ଶ୍ରୀ ଶଙ୍କର ସିଂହଲଙ୍କ ପିଉସୀ (ବୁଆ ) ଶ୍ରୀମତୀ ମଞ୍ଜୁ ଡାଲମିଆ ଓ ପିଉସା (ଫୁଫାଜି ) ଶ୍ରୀ ଶ୍ୟାମ ଡାଲମିଆ ଫିତା କାଟି ସୋରୁମ କୁ ଉଦଘାଟନ କରିଥିଲେ। ପରେ ପରେ ଉପସ୍ଥିତ ପରିବାର ବର୍ଗ ଓ ପ୍ରିୟଜନଙ୍କ ଗହଣରେ କେକ କଟା ଯାଇ ଶ୍ରୀ ସିଂହଲ ଙ୍କୁ ଶୁଭକାମନା ଜଣାଇଥିଲେ। ଶ୍ରୀମତୀ ଗୀତା ଅଗ୍ରୱାଲ ଓ ଶ୍ରୀ ରବୀନ୍ଦ୍ର ଅଗ୍ରୱାଲ ଙ୍କ ସୁପୁତ୍ର ଶ୍ରୀ ସଂସ୍କାର ସିଂହଳ ମଧ୍ୟ ପ୍ରଦେଶର ଇଣ୍ଡୋର୍ ଠାରେ ଏମ.ଵି.ଏ. ପାଠ୍ୟକ୍ରମ ଶେଷ କଲାପରେ, କଳାହାଣ୍ଡି ଜିଲ୍ଲାରେ ଏକ ଅତ୍ୟାଧୁନିକ ଇଣ୍ଟେରିଅର ଓ ଡିଜାଇନ ଷ୍ଟୁଡିଓ ର ନିର୍ମାଣ କରେଇବା ତାଙ୍କର ଗୋଟିଏ ସ୍ୱପ୍ନ ଥିଲା ଏବଂ ଏବେ ତାଙ୍କର ସ୍ବପ୍ନ ସାକାର ହେବା ସହ ଉକ୍ତ ସୋରୁମକୁ ଆରମ୍ଭ କରି ସେ ଅତ୍ୟନ୍ତ ଆନନ୍ଦିତ ଏବଂ ଏହା ଦ୍ୱାରା ଉଚ୍ଚ କୋଟିରର ଡିଜାଇନ ସହ ଇଣ୍ଟେରିଅର କାମ ଏ ଅଂଚଳର ଲୋକଙ୍କୁ ଭେଟିଦେବେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଇଣ୍ଟର ଡିଜାଇନ ତଥା ଆକର୍ଷଣୀୟ କଳାକୃତି କେବଳ ମେଟ୍ରୋ ସହରରେ ସୀମିତ ନୁହେଁ ବରଂ ବର୍ତମାନ ଆମ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଉପଲବ୍ଧ କରାଇବୁ ଓ ପଡୋଶୀ ଜିଲ୍ଲା, ରାଜ୍ୟ ଛତିଶଗଡ, ଆନ୍ଧ୍ର ପ୍ରଦେଶ ର ଲୋକମାନେ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ ଓ ଆପଣମାଙ୍କର ରୁଚିକୁ ସମ୍ମାନ ଜଣାଇ, ଏ ଦୋକାନର ଶୁଭାରମ୍ଭ ହେଲା ବୋଲି ସେ ସମସ୍ତ ସମ୍ମୁଖରେ ରଖିଥିଲେ।ଆସନ୍ତୁ, ଏହି ନୂତନ ବ୍ୟବସ୍ଥା, ନୂତନ ଡିଜାଇନ ର ଭରପୁର ସୁଯୋଗ ନିଅନ୍ତୁ। ଏହି ଉଦଘାଟନ ରେ ଉପସ୍ଥିତ ମୋର ଚାଚା, ଚାଚି, ସମସ୍ତ ପରିବାର ବର୍ଗ, ବନ୍ଧୁବାନ୍ଧବ ତଥା ଆମନ୍ତ୍ରିତ ସମସ୍ତ ଅତିଥି ମାନଂକୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରୁଛି ବୋଲି ଶ୍ରୀ ସିଂହଲ ମତପୋଷଣ କରିଥିଲେ।

କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow