ନର୍ଲା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ପାଳିତ ହେଲା ଶ୍ରୀରାମ ନବମୀ

Apr 6, 2025 - 15:32
Apr 6, 2025 - 15:36
 0  57
ନର୍ଲା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ପାଳିତ ହେଲା ଶ୍ରୀରାମ ନବମୀ

 ନର୍ଲା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ପାଳିତ ହେଲା ଶ୍ରୀରାମ ନବମୀ,

ଶୁଭମ ବାର୍ତ୍ତା :- ଆଜିର ଦିନକୁ ସାରା ବିଶ୍ବର ବିଭିନ୍ନ ସ୍ଥାନରେ ଶ୍ରୀ ରାମ ନବମୀ ଭାବରେ ପାଳନ କରାଯାଉ ଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ମଧ୍ୟ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଙ୍କ ରାମ ନବମୀ ଉତ୍ସବ ମହା ଆଡ଼ମ୍ବର ସହିତ ପାଳନ କରାଯାଇଛି। ନର୍ଲା ବେହେରାପାଟି ସ୍ଥିତ ଶ୍ରୀରାମ ଙ୍କ ଅସ୍ଥାୟୀ ମନ୍ଦିର ରେ ରାମ ନବମୀ ପାଇଁ ପୂଜାପାଠ ସହିତ ପୁରାଣ ପଠନ କାର୍ଯ୍ୟକ୍ରମ ଥିବା ବେଳେ ଡାକ୍ତରଖାନା ପରିସରରେ ଥିବା ମନ୍ଦିର ରେ ହେଉ ଥିବା ପୂଜା କୁ ଭବ୍ୟତା ର ସହିତ ଆୟୋଜନ କରାଯାଇଛି। ଉକ୍ତ ପୂଜୋନୋତ୍ସବ ରେ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତ ଓ ତାଙ୍କ ସହଧର୍ମିଣୀ କର୍ତ୍ତା ଭାବରେ କାର୍ଯ୍ୟ ଭାର ତୁଲାଇ ଥିବା ବେଳେ ପୂଜକ ଭାବରେ ପଣ୍ଡିତ ନରେଶ କୁମାର୍ ପାଢ଼ୀ, ନୀଳମାଧବ ପାଢ଼ୀ , ଦେବାଶିସ୍ ପାଢ଼ୀ ଓ ସତ୍ୟନାରାୟଣ ପାଣ୍ଡେ ଙ୍କ ସହ ଡାକ୍ତରଖାନା ର ସମସ୍ତ କର୍ମଚାରୀ ସହଯୋଗ କରି ଥିଲେ।ଠିକ୍ ସେହି ଭଳି ଅସୁରଗଡ ଗାଁ ରେ ମଧ୍ୟ ଆଜି ଠାରୁ ନବଦିନାତ୍ମକ ଶ୍ରୀରାମ ନବମୀ ପୂଜା ଆରମ୍ଭ ହୋଇଛି। ନଅ ଦିନ ଧରି ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତିଦିନ ପୂଜା ଅର୍ଚ୍ଚନା ସହିତ ରାତିରେ ରାମ ଲୀଳା ନାଟକ ପରିବେଷଣ ହୋଇଥାଏ। ସେଥିପାଇଁ ଆଖ ପାଖ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକ ଙ୍କ ସମାଗମ ହୋଇ ଥାଏ।

     ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow