ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ।

ଗୋଲାମୁଣ୍ଡା ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ।
ଗୋଲାମୁଣ୍ଡା ଶୁଭମ ବାର୍ତ୍ତା(ଉପେନ୍ଦ୍ର ବଗର୍ତ୍ତି)ଆଜି ସାରା ଦେଶରେ ରାଷ୍ଟୀୟ ଡ୍ରାଇଭର ଦିବସ ପାଳିତ ହୋଇଥିବା ବେଳେ ଗୋଲାମୁଣ୍ଡା ଡ୍ରାଇଭର ସଂଘ ପକ୍ଷରୁ ତୁମରା ଧାନ ମଣ୍ଡି ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ବ୍ଲକ ସଙ୍ଘର ସଭାପତି ଯୋଗେନ୍ଦ୍ର ଧଙ୍ଗଡା ମାଝୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା।ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ପଞ୍ଚାୟତର ଡ୍ରାଇଭରମାନେ ଉପସ୍ଥିତ ରହି ଏହି ଦିବସଟିକୁ ମହା ଆଡମ୍ବରେ ପାଳିତ କରିଥିଲେ । ଏଥିରେ ବ୍ଲକ ସଙ୍ଘର କୋଷାଧକ୍ଷ ଉମାକାନ୍ତ ରଣା,ବ୍ଳକ ଏଡମିନ୍ ଦେବାନନ୍ଦ ମଶ୍ରା,ରାଜେଶ ବଗର୍ତ୍ତୀ ଯାଦବ,ଅର୍ଚୁତ ବଗର୍ତ୍ତୀ,ଆନନ୍ଦ ନାଏକ,ହରେରାମ ଗହିର, ସଚିନ୍ଦ୍ର ଶବର ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ଭୂମିକା ନିଭାଇ ଥିବା ବେଳେ ଅନ୍ୟ ସମସ୍ତ ଡ୍ରାଇଭର ଭାଇମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
What's Your Reaction?






