ଦୀର୍ଘ ୧୦ ବର୍ଷ ହେଲା ରାସନ୍ ଚାଉଳ ରୁ ବଞ୍ଚିତ ବୈଷ୍ଣବ ମାଝୀ

ଦୀର୍ଘ ୧୦ ବର୍ଷ ହେଲା ରାସନ୍ ଚାଉଳ ରୁ ବଞ୍ଚିତ ବୈଷ୍ଣବ ମାଝୀ,
ଶୁଭମ ବାର୍ତ୍ତା :- କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣା ରେ ଚାଉଳ ଯୋଗାଇ ଦେଉ ଥିବା ବେଳେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଗିଗିନା ପଞ୍ଚାୟତ ର ସିନାଙ୍ଗ ଗାଁ ରେ ଦୀର୍ଘ ଦଶ ବର୍ଷ ହେଲା ରାସନ୍ ଚାଉଳ ରୁ ବଞ୍ଚିତ ଅଛନ୍ତି ଏହି ଗାଁ ର ବୈଷ୍ଣବ ମାଝୀ ଙ୍କ ପରିବାର ,୨୦୧୫ ପୂର୍ବରୁ ଉକ୍ତ ପରିବାର ରାସନ୍ ଚାଉଳ ପାଉଥିଲେ କିନ୍ତୁ ସର୍ଭେ ପର ଠାରୁ ତାଙ୍କୁ ଆଉ ରାସନ୍ କାର୍ଡ ମିଳିନାହିଁ ଫଳରେ ଚାଉଳ ପାଇବାରୁ ବଞ୍ଚିତ ହେବା ସହିତ ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ ରୁ ମଧ୍ୟ ବଞ୍ଚିତ ଅଛନ୍ତି। କୋଭିଡ୍ ସମୟରେ ତାଙ୍କ ବାହା ହୋଇ ଥିବା ଏକ ମାତ୍ର ପୁଅ ର ଅକାଳ ବିୟୋଗ ପରେ ବୋହୂ ମଧ୍ୟ ବାପା ଘରକୁ ଚାଲିଯାଇଛି ,ଏବେ ରୋଗିଣା ପତ୍ନୀ ଓ ଗୋଟିଏ ଅବିବାହିତ ଝିଅ ସାଥିରେ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ନଜର କୁ ଆସିଛି। ଏଥିପାଇଁ ସେ ଅନେକ ଥର ବ୍ଲକ୍ ଅଫିସ୍ ସହିତ ଜିଲ୍ଲପାଳ ଙ୍କ ଅଫିସ୍ ର ଦ୍ବାରସ୍ଥ ହୋଇଛନ୍ତି କିନ୍ତୁ କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ସେପଟେ ନର୍ଲା ବିଡ଼ିଓ ଉକ୍ତ ଘଟଣା କୁ ତଦନ୍ତ କରି ତାଙ୍କୁ ଏହି ଯୋଜନା ରେ ସାମିଲ୍ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






