ନର୍ଲା ଥାନାରେ ବଧୂ ନିର୍ଯାତନା ଅଭିଯୋଗ,

Aug 3, 2024 - 14:13
Aug 3, 2024 - 14:16
 1  307
ନର୍ଲା  ଥାନାରେ ବଧୂ ନିର୍ଯାତନା ଅଭିଯୋଗ,

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରେଗିଡି ମାଲ ଗ୍ରାମର ବିଷ୍ଣୁ ବିଶ୍ଵାଳ ଙ୍କ ନାଁ ରେ ବଧୂ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପ୍ରଥମ ପତ୍ନୀ ସୌଭାଗ୍ୟ ବିଶ୍ଵାଳ,ସୂଚନା ଅନୁସାରେ ରେଗିଡି ମାଲ୍ର ଗ୍ରାମର ଚନ୍ଦ୍ରଧ୍ଵଜ ବିଶ୍ଵାଳ ଙ୍କ ଜେଷ୍ଠ ପୁତ୍ର ବିଷ୍ଣୁ ବିଶ୍ଵାଳ ୧୫ ବର୍ଷ ତଳେ ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପୀନାଥ ପୁରର ଦୁର୍ଯୋଧନ ନାୟକ ଙ୍କ ତୃତୀୟ ଝିଅ ସୌଭାଗ୍ୟ ନାୟକ ଙ୍କୁ ବୈଦିକ ରୀତିରେ ବିବାହ କରି ଥିଲେ, ଶୁରୁ ଖୂରୁ ରେ ତାଙ୍କର ସଂସାର ଚାଲୁଥିଲା। ଗତ ପଞ୍ଚାୟତ ନିର୍ବାଚନରେ ସ୍ବାମୀ ଓ ଶ୍ବଶୁର ସୌଭାଗ୍ୟ କୁ ଭିମକେଲା ପଞ୍ଚାୟତ ର ସମିତି ସଭ୍ୟ ଭାବରେ ନିର୍ଦ୍ଵନ୍ଦରେ ବିଜୟ ମଧ୍ୟ କରାଇଥିଲେ , ହେଲେ ସୌଭାଗ୍ୟ ଙ୍କ କୋଳରେ ଛୁଆ ଟିଏ ହେଉ ନଥିବାରୁ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା ।ଶାଶୁ ଶ୍ୱଶୁର ଙ୍କ ସହ ପରିବାର ର ଅନ୍ୟ ସଦସ୍ୟ ମାନେ ମଧ୍ୟ ତାଙ୍କୁ ଗଞ୍ଜଣା ଦେଉଥିଲେ,ହେଲେ ସଂସାର ଭିତରେ ଘର କରି ଥିଲେ ପଥର ପଡ଼ିଲେ ସହି ଉକ୍ତିରେ ସବୁ ସହି ଯାଉଥିଲେ ସୌଭାଗ୍ୟ। ଏବଂ ସହିବା କଥା ମଧ୍ୟ ଅନ୍ୟର ଛୁଆକୁ ନିଜର ଛୁଆ ପରି ଦେଖି ସବୁ ସହିଲେ ହିଁ ସଂସାର ରଥ ଶୁରୁଖୁରୁ ରେ ଚାଲିଥାଏ, ବୋହୂ ହୋଇ ନିଜର ମର୍ଯ୍ୟଦା ଭିତରେ ରହିବା ଶ୍ରେୟସ୍କର ହୋଇ ଥାଏ। କିନ୍ତୁ ହଠାତ୍ ତାଙ୍କ ଜୀବନରେ କଳା ବାଦଲ ଘୋଟି ଆସିଲା ,ସ୍ବାମୀ ବିଷ୍ଣୁ ବିଶ୍ଵାଳ ତାଙ୍କ ବିନା ଅନୁମତି ରେ ଅନ୍ୟ ଜଣେ ଝିଅ ଙ୍କୁ ପ୍ରେମ ବିବାହ କରିଥିଲେ । ଦୁଇ ବର୍ଷ ରେ ଦୁଇଟି ସନ୍ତାନ ଜନ୍ମ ହେଲା ପରେ ବଂଶ ରକ୍ଷା ସିନା ହେଲା ପରିବାର ଦୁଇ ଭାଗ ହୋଇଗଲା ଦୁଇ ଜଣ ସଉତୁଣୀ ଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଲା, ଝିମିଟି ଖେଳ ରୁ ମହାଭାରତ ପରି ରୋଷେଇ କରିବା କାଠ କୁ ନେଇଁ ଝଗଡ଼ା ସୃଷ୍ଟି ହୋଇ ଥିଲା, ଗାଲୀ ଗୁଲଜ ରୁ ଝଗଡ଼ା ଉଗ୍ର ରୂପ ନେଲା ସୌଭାଗ୍ୟ ଙ୍କ ଅଭିଯୋଗ ଅନୁସାରେ ତାଙ୍କ ଶ୍ୱଶୁର ଓ ପରିବାର ର ଅନ୍ୟ ସଦସ୍ୟ ମିଶି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉ ଥିଲେ। ଶ୍ୱଶୁର ନିଜେ ତାଙ୍କ ବୋହୂ କୁ ମାଡ ମାରିଥିବା ଅଭିଯୋଗ କରି ୧୧୨ ନମ୍ବର୍ କୁ ଫୋନ୍ କରି ଥିଲେ, ସୂଚନା ପାଇ ନର୍ଲା ପୋଲିସ୍ ସୌଭାଗ୍ୟ ଙ୍କୁ ଥାନା କୁ ଆଣିଥିଲେ ,ସେପଟେ ସୌଭାଗ୍ୟ ଙ୍କ ଶ୍ୱଶୁର ଉକ୍ତ ଘଟଣା କୁ ମିଛ ବୋଲି କହି ,ମୋ ବୋହୂ ମୋ ପରି ୬୩ ବର୍ଷ ବୟସ୍କ ବୃଦ୍ଧ କୁ ଅଭଦ୍ର ଭାଷା ରେ ଗାଳି ଗୁଲଜ କରି ମୋ ଗାଲରେ ଚାପୁଡ଼ା ମାରି ଥିବା ପାଲଟା ଅଭିଯୋଗ କରିଛନ୍ତି। ନର୍ଲା ପୋଲିସ୍ ଘଟଣା ର ତଦନ୍ତ କରି ଉଭୟ ପକ୍ଷ କୁ ବୁଝାଇବାରେ ବିଫଳ ହେବା ପରେ କେଶ୍ ରୁଜ୍ଜୁ କରିଛି ନର୍ଲା ପୋଲିସ ।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow