ନର୍ଲା ଠାରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ।

ନର୍ଲା ଠାରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ।
ନର୍ଲା ଶୁଭମ ବାର୍ତ୍ତା :- ମାନ୍ୟବର ସୁପ୍ରିମକୋର୍ଟ ଙ୍କ ରାୟ ବିରୋଧରେ ST SC ସଂଘ ପକ୍ଷରୁ ସମଗ୍ର ଭାରତ ବନ୍ଦ ଡାକରା ଯୋଗୁଁ ଆଜି ସକାଳ 8 ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ସହରର ଚାରି ଛକ ଠାରେ SC/ST ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ST/SC ଫେଡେରେସନ ପକ୍ଷରୁ ସଂରକ୍ଷଣ ବଞ୍ଚାଅ ବନ୍ଦ ପାଳନ ଯାଇଛି ଏହି ଭାରତ ବନ୍ଦରେ ନର୍ଲା ସହରର ପ୍ରତ୍ୟେକ ଦୋକାନ ବଜାର ଓ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି ଓ ଯାନ ବାହନ ବନ୍ଦ ରହିବା ଫଳରେ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି ଆନ୍ଦୋଳନକାରୀ ।ଭାରତ ବନ୍ଦ ଆନ୍ଦୋଳନକୁ ଅନୂସୁଚିତ ଜାତି, ଅନୂସୁଚିତ ଜନଜାତି ଏବଂ ଅନୂସୁଚିତ ଜନଜାତି ସଂଯୁକ୍ତ ସଂଘର୍ଷ ମୋର୍ଚ୍ଚା ସମର୍ଥନ ଜଣାଇଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନର୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି,
ନର୍ଲାରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






