ଚେକ୍ ଡ୍ୟାମ୍ ରେ ଭାସି ୩ ମଈଷୀ ମୃତ ଦମକଳ ବିଭାଗ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି

Sep 10, 2024 - 05:41
 0  15
ଚେକ୍ ଡ୍ୟାମ୍ ରେ ଭାସି ୩ ମଈଷୀ ମୃତ ଦମକଳ ବିଭାଗ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି

ଚେକ୍ ଡ୍ୟାମ୍ ରେ ଭାସି ୩ ମଈଷୀ ମୃତ

ଦମକଳ ବିଭାଗ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି

ଥୁଆମୂଳ ରାମପୁର,(ଶୁଭମ ବାର୍ତ୍ତା ):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରୀ ଗ୍ରାମ ନିକଟ ଚାନ୍ଦଗିରି ନାଳରେ ଭାସି ଯାଇ ୩ ମଇଷୀଙ୍କ ମୃତ୍ୟୁ ହୋଇଛି। ଗ୍ରାମର ଜନୈକ ସ୍ବେଚ୍ଛାସେବୀ ଯୁବକ ମଧୁ ନାଏକ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ।ଏବଂ ଫସିଥିବା ୩ ମଇଷୀକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ସହିତ ଯୋଗାଯୋଗ କରିବା ପାଇଁ ସୂଚନା ଦେଇଥିଲେ।ଏହାପରେ ଉକ୍ତ ବିଭାଗକୁ ସୂଚନା ଦେଲାପରେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ।ସୂଚନା ମୁତାବକ ଅଡ୍ରୀ ଗ୍ରାମର ଶୁକ୍ରୁ ସାହୁଙ୍କ ୩ ଗୋଟି ମଇଷୀ ଦିନ ୨ ଘଣ୍ଟା ସମୟରେ ଉକ୍ତ ନାଳ ଆରପଟକୁ ଯିବାବେଳେ ନାଳର ତୀବ୍ର ସ୍ରୋତରେ ଭାସି ଯାଇ ତଳ ମୁଣ୍ଡରେ ନିର୍ମାଣ ହୋଇଥିବା ଚେକ୍ ଡ୍ୟାମ୍ ର ଗ୍ୟାଟ୍ ତଳରେ ଫସିଯାଇଥିବା ସନ୍ଦେହ କରିଥିଲେ।ଦମକଳ ବିଭାଗର କେନ୍ଦ୍ର ଅଧିକାରୀ ସୁବାସ ବିନ୍ଧାଣି,ମୁଖ୍ୟ ଆଗ୍ନିକ ବନମାଳୀ ପୂଜାରୀ,ଆଗ୍ନିକ ଏସ୍ ଆର୍ ଇସଲାମ, ଆଗ୍ନିକ ମଦନ ଶବର,ସାନ୍ତନୁ ଦିଗାଲ୍ ଏବଂ ଡ୍ରାଇଭର ସୁମନ୍ତ ଡୁଙ୍ଗଡୁଙ୍ଗ,ଉଦ୍ଧାର କାର୍ଯ୍ୟରେ ଲାଗି ୩ ମଇଷୀକୁ ଉଦ୍ଧାର କରିଥିଲେ।ଇତି ମଧ୍ୟରେ ଉଦ୍ଧାର ହୋଇଥିବା ୩ ମଇଷୀ ମୃତ୍ୟୁ ହୋଇ ସାରିଥିବା ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଦମକଳ ବିଭାଗ ପକ୍ଷରୁ ସୂଚନା ମିଳିଛି।ସଂଧ୍ୟାର ଅନ୍ଧାରରେ ମଧ୍ୟ ଦମକଳ ବିଭାଗର ଏଭଳି ଦୁଃସାହସିକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।ହେଲେ ମୃତ ମଇଷୀ ମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ପ୍ରାଣୀ ଚିକିତ୍ସାଳୟ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ ଉକ୍ତ ଗ୍ରାମର ଆଉ ଜଣେ ସ୍ବେଚ୍ଛାସେବୀ କୃଷ୍ଣଚନ୍ଦ୍ର ସାହୁ।୩ ଗୋଟି ମଇଷୀର ମୃତ୍ୟୁକୁ ନେଇ ଶୁକ୍ରୁ ସାହୁ ଦୁଃଖରେ ରହିଥିବା ବେଳେ କ୍ଷତିପୂରଣ କିପରି ମିଳିବ ତାହା ସାଧାରଣରେ ଦାବି ହେଉଛି।

କଳାହାଣ୍ଡି ରୁ ତୁଳସୀ ରାମ ପ୍ରଧାନୀ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow