ରିଷିଗାଁ କ୍ଲଷ୍ଟର ରେ ପ୍ରବେଶ ଉତ୍ସବ, ଖଡିଛୁଆଁ ଓ ନାମଲେଖା ।

Apr 7, 2025 - 10:47
 0  11
ରିଷିଗାଁ କ୍ଲଷ୍ଟର ରେ ପ୍ରବେଶ ଉତ୍ସବ, ଖଡିଛୁଆଁ ଓ ନାମଲେଖା ।

ରିଷିଗାଁ କ୍ଲଷ୍ଟର ରେ ପ୍ରବେଶ ଉତ୍ସବ, ଖଡିଛୁଆଁ ଓ ନାମଲେଖା ।

ଶୁଭମ ବାର୍ତ୍ତା :- ଭବାନୀପାଟଣା ବ୍ଲକ ରିଷିଗାଁ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ମାନଙ୍କରେ ରିଷିଗାଁ ସି.ଆର.ସି.ସି. ବୈକୁଣ୍ଠ ବେମାଲଙ୍କ ନେତୃତ୍ୱ ରେ ଚଳିତ ଶିକ୍ଷା ବର୍ଷ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ରେ ନାମଲେଖା କାର୍ଯ୍ୟକ୍ରମ ମହା ଉତ୍ସାହପୂର୍ଣ ବାତାବରଣ ମଧ୍ୟରେ ଚାଲିଛି।ରାଜ୍ୟରେ ଶିଶୁ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ନିମନ୍ତେ ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧିନସ୍ଥ ସମସ୍ତ ଵିଦ୍ୟାଲୟରେ ଅଭିଭାବକ ଓ ଶିଶୁ ମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରି ଚାଲିଥିବା ଏହି ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ଚାରି ଦିନ ଧରି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଯଥା ପ୍ରଥମ ଦିବସରେ ସୁସ୍ଵାଗତ କରି ଖଡିଛୁଆଁ ,ଦ୍ଵିତୀୟ ଦିବସରେ ସକ୍ଷରତା ଷ୍ଟଲ ପରିଦର୍ଶନ କରାଇ ଶିଶୁ ମାନଙ୍କ ଦ୍ୱାରା କୁନି ସଙ୍ଗୀତ ଗାନ ,ତୃତୀୟ ଦିବସରେ ସଂଖ୍ୟାଜ୍ଞାନ ଷ୍ଟଲ ,ଚତୁର୍ଥ ଦିବସରେ ସୃଜନଶୀଳତା ଷ୍ଟଲ ଗୁଡିକୁ ନବାଗତ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇ ଅନନ୍ଦଦାୟୀ ଶିକ୍ଷଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ସି .ଆର.ସି.ସି. ନିଜେ ଉପସ୍ଥିତ ରହି ବ୍ଲକ ଶିକ୍ଷା ଅଧିକାରୀ,ପଞ୍ଚାୟତ ସରପଞ୍ଚ, ୱାର୍ଡମେମ୍ବର ,ଅଙ୍ଗନବାଡି କର୍ମୀ ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ସଭ୍ୟ ସଭ୍ୟା ଙ୍କ ସହ ବିଦ୍ୟାଳୟ ମାନଙ୍କ ରେ ଖଡ଼ିଛୁଆଁ କାର୍ଯ୍ୟ ସମ୍ପଦନ କରିବା ସମସ୍ତ ଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛି। ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୫ବର୍ଷ ରୁ ଅଧିକ ବୟସର ପିଲାଙ୍କୁ ଏକ ଉତ୍ତମ, ସଂଗଠିତ ଏବଂ ଅନୁଭୁତିମୁଳକ ଶିକ୍ଷଣ ପରିବେଶ ପ୍ରଦାନ ନିମନ୍ତେ ସରକାରଙ୍କ ଏହି ଅଭିନବ ପ୍ରଚେଷ୍ଟା ସର୍ବସାଧାରଣରେ ନୂତନ ଉନ୍ମାଦନା ପ୍ରଦାନ କରିଛି।

     କଳାହାଣ୍ଡିରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow