ଲଗାଣ ବର୍ଷା ଯୋଗୁଁ ଘରେ ଆଣ୍ଠୁଏ ପାଣି l

ଲଗାଣ ବର୍ଷା ଯୋଗୁଁ ଘରେ ଆଣ୍ଠୁଏ ପାଣି l
ନର୍ଲା/ଶୁଭମ ବାର୍ତ୍ତା :- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନର୍ଲା ଅଞ୍ଚଳର ରାସ୍ତା ଘାଟ, ପୋଖରୀ, ଗାଡ଼ିଆ ମାନଙ୍କ ରେ ବର୍ଷା ଜଳ ଭରି ରହିଥିବା ବେଳେ ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲାରୋଡ ତ୍ରିଲୋଚନ ଶବରଙ୍କ ଘରେ ଆଣ୍ଠୁଏ ପାଣି ଥିବା ଦେଖିବାକୁ ମିଳିଥିଲା ଖବର ପାଇ ନର୍ଲା ତହସିଲଦାର ବିଶ୍ୱରଞ୍ଜନ କଁହର ପହଁଛି ଅଗ୍ନିଶମ ବିଭାଗର ଅଧିକାରୀ ସହିତ ଯୋଗାଯୋଗ କରିଥିଲେ। ନର୍ଲା ଅଗ୍ନିଶମ ବିଭାଗର ଶେଷଦେବ ମାଝୀ, ବୋଲେଷ କୁମାର ମାଝୀ, ଦିବ୍ୟରଞ୍ଜନ ରାଉତ, ମୁଖ୍ୟ ଅଗ୍ନିଶମ ବ୍ରହ୍ମlନନ୍ଦ ପ୍ରଧାନ ସଦଳବେଳେ ପହଁଚି ବର୍ଷା ଜଳ କୁ ମୋଟର ମାଧ୍ୟମ ରେ ନିଷ୍କାସନ କରିଥିଲେ।ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୌଡିଆ, ସରପଞ୍ଚ ପ୍ରତିନିଧି ବିଜୟ କୁମାର୍ ବୁଦ୍ଧିଆ, ନିକୁଞ୍ଜ ବିହାରୀ ଓଝା ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ଜେନା ସହ ନର୍ଲାରୋଡ଼ ର ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା,
What's Your Reaction?






