ନର୍ଲା କାନ୍ତିଡିଗ୍ରା ପଡ଼ା ରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ କଳସ ଯାତ୍ରା,

Mar 7, 2025 - 19:05
 0  55
ନର୍ଲା କାନ୍ତିଡିଗ୍ରା ପଡ଼ା ରେ  ଷୋହଳ ପ୍ରହର ନାମ ଯଜ୍ଞ ପାଇଁ କଳସ ଯାତ୍ରା,

ନର୍ଲା କାନ୍ତିଡିଗ୍ରା ପଡ଼ା ରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ କଳସ ଯାତ୍ରା,

ନର୍ଲା ଶୁଭମ ବାର୍ତ୍ତା :- କିଛି ଦିନ ହେଲା ନର୍ଲା ବ୍ଲକ୍ ର ବିଭିନ୍ନ ଗାଁ ରେ ଅଖଣ୍ଡ ପ୍ରହର ନାମ ଯଜ୍ଞ ମାନ ଅନୁଷ୍ଟିତ ହୋଇ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ଆଜି ନର୍ଲା ରୋଡ କାନ୍ତିଡ଼ିଗ୍ରା ପଡ଼ା ରେ ମଧ୍ୟ ଚତୁର୍ଥ ଥର ପାଇଁ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଯାତ୍ରା ରେ ଉକ୍ତ ପଡ଼ା ର ଶତାଧିକ ମହିଳା ସ୍ଥାନୀୟ ସାନ୍ଦୂଲ୍ ନଦୀ ରୁ କଳସ ରେ ପାଣି ଧରି ଶୋଭା ଯାତ୍ରା ରେ ବାହାରି ପ୍ରହରୀ ମଣ୍ଡପ ରେ କଳସ ସ୍ଥାପନ କରି ଥିଲେ। ଆସନ୍ତା କାଲି ସକାଳ ସାତ ଟା ସମୟରେ ନମାଯଜ୍ଞ ଆରମ୍ଭ ହେବାକୁ ଥିବା ବେଳେ ଉକ୍ତ ନାମ ଯଜ୍ଞ ରେ ଦଶ ଗୋଟି ସଙ୍କୀର୍ତ୍ତନ ଦଳ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

     ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow