ସମାପନ ହେଲା ସମର୍ କଟା ଗାଁ ରେ ହେଉଥିବା ଷୋହଳ ପ୍ରହର ନାମ ଯଜ୍ଞ ,

Mar 19, 2025 - 18:06
 0  49
ସମାପନ ହେଲା ସମର୍ କଟା ଗାଁ ରେ ହେଉଥିବା ଷୋହଳ ପ୍ରହର ନାମ ଯଜ୍ଞ ,

ସମାପନ ହେଲା ସମର କଟା ଗାଁ ରେ ହେଉଥିବା ଷୋହଳ ପ୍ରହର ନାମ ଯଜ୍ଞ ,

ଶୁଭମ ବାର୍ତ୍ତା :- ଭଗବାନ ଙ୍କ ନାମ ସଙ୍କୀର୍ତ୍ତନ ଦ୍ଵାରା ମଣିଷ କୁ କିଛି ସମୟ ପାଇଁ ଶାନ୍ତି ଅନୁଭବ ହୋଇଥାଏ ସେଥିପାଇଁ କିଛି ଦିନ ହେଲା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଅଖଣ୍ଡ ପ୍ରହର ନାମ ଯଜ୍ଞ ମାନ ଆୟୋଜନ କରି ଭକ୍ତି ମୟ ପରିବେଶ ସୃଷ୍ଟି କରୁଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ନର୍ଲା ପଞ୍ଚାୟତ ର ସମର୍କଟା ଗାଁ ରେ ହେଉ ଥିବା ଦ୍ୱିତୀୟ ତମ ଷୋହଳ ପ୍ରହର ନାମ ଯଜ୍ଞ ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଯାଇଛି। ପ୍ରଥମ ଦିନ ସମର୍କଟା ଗାଁ ର ଶତାଧିକ ମହିଳା ଓ ପୁରୁଷ ଯଜ୍ଞ କର୍ତ୍ତା ଙ୍କ ସହିତ ନିକଟସ୍ଥ ଗାଡ଼ିଆଯୋର୍ ନଦୀ ରୁ କଳସ ରେ ପାଣି ଧରି ଶୋଭାଯାତ୍ରା ଯାଇ ପ୍ରହରୀ ମଣ୍ଡପ ରେ କଳସ ସ୍ଥାପନ କରି ଥିଲେ। ସୋମବାର ସକାଳ ସାତ ଟା ୩୦ ମିନିଟ୍ ସମୟରେ ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇ ବୁଧବାର ସକାଳ ୭ ଟା ୩୦ ମିନିଟ୍ ସମୟ ସମାପନ ହୋଇଥିଲା। ଉକ୍ତ ନାମ ଯଜ୍ଞ ରେ ଜିଲ୍ଲା ସହିତ ଜିଲ୍ଲା ବାହାରୁ ମହିଳା ସଙ୍କୀର୍ତ୍ତନ ଦଳ ସହିତ ଆଠ ଗୋଟି ସଙ୍କୀର୍ତ୍ତନ ଦଳ ଯୋଗ ଦେଇ ବିଭିନ୍ନ ଢଙ୍ଗ ର ନୃତ୍ୟ ର ତାଳେ ତାଳେ ହରି ନାମ ଗାନ କରି ଉପସ୍ଥିତ ଦର୍ଶକ ଙ୍କ ମନ ମୋହି ଥିଲେ। କମିଟି ତରଫରୁ ସମସ୍ତଙ୍କ ପାଇଁ ଆନନ୍ଦ ବଜାର ରେ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇ ଥିଲା। ଏହି ନାମ ଯଜ୍ଞ ରେ କର୍ତ୍ତା ଭାବରେ କୁର୍ତ୍ତିବାସ ବଗର୍ତ୍ତୀ ଓ ତାଙ୍କ ଧର୍ମ ପତ୍ନୀ ମଞ୍ଜୁଳା ବଗର୍ତ୍ତୀ କାର୍ଯ୍ୟ ଭାର ତୁଲାଇ ଥିବା ବେଳେ ସଭାପତି ଅଶୋକ ଭୋଇ ସେକ୍ରେଟେରୀ ମକୁନ୍ଦ ଗହୀର କେସିଅର୍ ଯୁଗେଶ୍ୱର ଗହୀର, ରତ୍ନାକର ବାରିକ, ଘଟ ବାରିକ, କାର୍ତିକ ମାଝୀ, ମଦନ ଭୋଇ, ସୁଦନ ମାଝୀ, ନିରାକାର ମାଝୀ, ଦୟାନିଧି ଗହୀର, ରାମ ଗହୀର, ଅନ୍ତ ଗହୀର, ଯଦୁ ମାଝୀ, ମନୁ ହାତୀ, ପଙ୍କଜ ଗହୀର, ହୃଷିକେଶ ଜାଲ, ବାପି ଭୋଇ, ଟଙ୍କ ବଗର୍ତି, ସୁଧୀର ଗଡତିଆ, ମନ ଗଡ଼ତିଆ, ଗଣେଶ ଗଡ଼ତିଆ, ରାଜୀବ ମାଝୀ, ଦ୍ରୁବ କୁମାର, ଟୁନୁ ମାଝୀ, ଡମ୍ବରୁ ମାଝୀ,ନୀଳ କଣ୍ଠ ଗହୀର, ସୁଦାମ ସା, ଆଶିଷ ସା, ରୀତିକ ସା,ପ୍ରମୁଖ ଭାବେ ସହଯୋଗ କରି ନାମଯଜ୍ଞ କୁ ଶାଫଲ୍ୟ ମଣ୍ଡିତ କରିଥିଲେ।

   ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow