ବିଲୁଆ ଆକ୍ରମଣ ରେ ଚାରିଜଣ ଆହତ,

ବିଲୁଆ ଆକ୍ରମଣ ରେ ଚାରିଜଣ ଆହତ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଘଣ୍ଟମାଲ୍ ପଞ୍ଚାୟତ ର ଆଡ୍ରିଂ ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟା ୫ଟା ସମୟରେ ଶୌଚ ହେବାକୁ ନିକଟସ୍ଥ ନାଳ କୁ ଯାଇଥିବା ବେଳେ ଏକ ପାଗଳ ବିଲୁଆ ଆକ୍ରମଣ କରି ଚାରି ଜଣ ଙ୍କୁ ଲହୁ ଲୁହାଣ କରିଥିବା ଦେଖିବାକୁ ମିଳିଛି। ସେଥି ପାଇଁ ଗାଁ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାରୁ ତୁରନ୍ତ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଆହତ ମାନଙ୍କ ମଧ୍ୟରୁ ୪୨ ବର୍ଷୀୟ ବୁଦ୍ଧିମନ୍ତ ଵାଗ୍ ଙ୍କ ନାକ ରେ ଆକ୍ରମଣ କରି ନାକ ଦଣ୍ଡି ଛିଣ୍ଡେଇ ଦେଇଥିବା ବେଳେ ରୋହିତ୍ ଗଉଡ୍ ନାମକ ସାତ ବର୍ଷୀୟ ନା ବାଳକ ଙ୍କ ସହ ଅନ୍ୟ ଦୁଇ ଜଣ ଙ୍କ ହାତରେ, ପିଠିରେ ଓ ଗୋଡ ରେ ଆଘାତ କରିଥିବା ଦେଖିବାକୁ ମିଳିଛି।ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଆହତ ମାନଙ୍କ ପାଇଁ ଆବଶ୍ୟକୀୟ ଚିକିତ୍ସା ର ସରଞ୍ଜାମ ମହଜୁଦ୍ ଥିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆ ଯାଉଛି ବୋଲି ନର୍ଲାଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ ପଧାନ୍ ସୂଚନା ଦେଇଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା।
What's Your Reaction?






