ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କ ୫ ମ ଏକ ଦିବସୀୟ ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟରେ ରଜା ପଡ଼ା ଚାମ୍ପିୟାନ,

ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କ ୫ ମ ଏକ ଦିବସୀୟ ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟରେ ତୁଳା ପଡ଼ା ଚାମ୍ପିୟାନ
ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ୍ ଅନ୍ତର୍ଗତ ନର୍ଲା ପଞ୍ଚାୟତ ଡଙ୍ଗର ତଳ ପଡ଼ା ର ମା ମଉଳି କ୍ଲବ୍ ଆନୁକୁଲ୍ୟ ରେ ପବିତ୍ର ନବରାତ୍ରୀ ଅବସର ରେ ଅନୁଷ୍ଠିତ ହୋଇ ଯାଇଛି ପୂର୍ଣ୍ଣଚନ୍ଦ୍ର ମାଝୀ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟଏହି ଏକ ଦିବସୀୟ ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଡଙ୍ଗର ମାଲ୍, ନର୍ଲା, ଦାଦପୁର, ଟକର୍ଲା, ରଜାପଡା, ଡଙ୍ଗା ପଟା, ସରିଆଁ ଓ ଚିଚର୍ଲା।ପ୍ରତ୍ୟେକ ଦଳ ଭଲ ଖେଳ ପ୍ରଦର୍ଶନ କରି ଥିବା ବେଳେ ଫାଇନାଲ ମ୍ୟାଚ ରଜାପଡା ବନାମ୍ ତକର୍ଲା ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା।ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେବାରେ ସକ୍ଷମ ହୋଇ ନ ଥିଲେ ଫଳରେ ଉଭୟ ଦଳକୁ ପେନାଲ ଟି ସୁଟ ଆଉଟ୍ ର ସୁଯୋଗ ଦିଆ ଯାଇ ଥିଲା, ଏଥିରେ ରଜା ପଡ଼ା ଦଳ ଚିଚର୍ଲା ଦଳ କୁ ୪|୩ ଗୋଲ୍ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି, କ୍ଷୀତିଶ ଚନ୍ଦ୍ର ମାଝୀ, ଯୋଗ ଦେଇ ଥିବା ବେଳେ ରେଫରି ଭାବେ ସଂଟୋଷାନନ୍ଦ ନାୟକ ଓ ନାରାୟଣ ପଧାନ କାର୍ଯ୍ୟ ଭାର ତୁଲେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁଧୀର ଧଙ୍ଗଡା ମାଝୀ, ସରୋଜ ପଧାନ, ମଙ୍ଗଳ ମାଝୀ, ନିରଞ୍ଜନ ମାଝୀ, ସନ୍ତୋଷ ମାଝୀ, ସରୋଜ ମାଝୀ, ସୁଶିଲ ମାଝୀ, ପ୍ରିୟ ବ୍ରତ ଚାନ୍ଦ, ଅନିଲ ବାଗ, ଦେବାଶିଷ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ।ଏହି ମ୍ୟାଚ୍ ର ଚମ୍ପିୟାନ ଦଳ କୁ ୫୦୦୦ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅଫ ଦଳ କୁ ୩୦୦୦ ଟଙ୍କା ପ୍ରଦାନ୍ କରାଯାଇ ଥିଲା।
ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






