ପାଷ୍ଟିକୁଡି ଠାରେ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ବୃକ୍ଷ ରୋପଣ,

Aug 16, 2024 - 16:39
Aug 16, 2024 - 16:41
 0  58
ପାଷ୍ଟିକୁଡି ଠାରେ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ବୃକ୍ଷ ରୋପଣ,

ପାଷ୍ଟିକୁଡି ଠାରେ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ବୃକ୍ଷ ରୋପଣ,

ଶୁଭମ ବାର୍ତ୍ତା :-କେସିଙ୍ଗା, ୭୮ ତମ ସ୍ବାଧୀନ ଦିବସ ପାଳନ ଅବସରରେ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ପାଷ୍ଟିକୁଡି ଠାରେ ଜୋନ ସଭାପତି ଧୀ ଯୁଧିଷ୍ଠିର ଭଗତ , ମେଡିଆ ସେଲ ପ୍ରମୂଖ ଧୀ ସୁନିଲ ବିଶି ଓ ପାଷ୍ଟିକୁଡି ପଞ୍ଚାୟତ କମିଟି ପ୍ରୟାସ ରେ ପାଷ୍ଟିକୁଡି ଠାରେ ବୃକ୍ଷ ରୋପଣ କରାଯାଇଥିଲା।ଏଠାରେ ବୃକ୍ଷଲତା ଗବେଷକ, ପ୍ରକୃତିବନ୍ଧୁ , AOSCF ମହାସଚିବ ଧୀମାନ ଯତୀନ୍ଦ୍ର କର -ମୁଖ୍ଯ ଅତିଥି , ସମ୍ମାନ୍ନିତ ଅତିଥି ରୂପେ ସମ୍ପାଦକ- ଜୟପ୍ରକାଶ ଜାଲ,କାର୍ଯ୍ଯକାରୀ ସଭାପତି- ଲୋକନାଥ ନାଗ, ସମାଜସେବୀପ୍ରେମଲାଲ, ନାଏକ ସମ୍ପାଦକ ଡମ୍ବରୁଧର କରୁଆଁ,ଅଭିଜିତ କର ଓ ଅନ୍ଯାନ୍ଯ ପ୍ରମୂଖ କର୍ମକର୍ତ୍ତା ଉପସ୍ଥିତ ରହି ବୃକ୍ଷ ରୋପଣ କରାଯାଇଥିଲା। ପୃଥିବୀର ଗ୍ଳୋବାଲ ଓ୍ବାର୍ମିଙ୍ଗ ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତନ, ଅଦିନିଆ ବର୍ଷା, ବିଲୁପ୍ତ ବନୌଷଧି ବୃକ୍ଷ ର ପୁନରୁଦ୍ଧାର ଓ ପରିବେଶ ସୁରକ୍ଷା ଦିଗରେ ମଣିଷ ଓ ଜୀବଜନ୍ତୁ ସୁରକ୍ଷା ଓ ସହାୟକ ହୋଇ ପାରିବ ବୋଲି ପ୍ରକୃତିବନ୍ଧୁ ଯତୀନ୍ଦ୍ର କର ବକ୍ତବ୍ଯ ରେ କହିଥିଲେ।ଶେଷ ରେ ସ୍ଥାନିୟ ସରପଞ୍ଚ ପ୍ରତିତିନି ଧନ୍ୟବାଦ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow