ରକ୍ଷା ବନ୍ଧନ ପାଇଁ ଯବାନ ଙ୍କୁ ରାକ୍ଷୀ ପଠାଇଲେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ,

Aug 9, 2024 - 20:27
 0  32
ରକ୍ଷା ବନ୍ଧନ ପାଇଁ ଯବାନ ଙ୍କୁ ରାକ୍ଷୀ ପଠାଇଲେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ,

ରକ୍ଷା ବନ୍ଧନ ପାଇଁ ଯବାନ ଙ୍କୁ ରାକ୍ଷୀ ପଠାଇଲେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ,

କଳାହାଣ୍ଡି ଶୁଭମ ବାର୍ତ୍ତା :- ଭବାନୀପାଟଣା ତା : 09/08/2024 ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ରକ୍ଷା ବନ୍ଧନ ଉପଲକ୍ଷେ ଭାରତୀୟ ଯବାନ ମାନଙ୍କ ପାଇଁ ରାକ୍ଷୀ ଡାକ ଯୋଗେ ଆର୍ମି ହେଡ଼ କ୍ୱାଟର ଦିଲ୍ଲୀ କୁ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ପ୍ରେରଣ କରାଯାଇଛି | ରାକ୍ଷୀ ଶକ୍ତି, ବିଶ୍ୱାସ ଏବଂ ବିଜୟର ପ୍ରତୀକ ଦେଶର ସୁରକ୍ଷା ଯବାନ କରୁଥିବା ବେଳେ ଏହି ରାକ୍ଷୀ ଯବାନ ଙ୍କ ମନ ବଳ ବଢାଇବା ସହ ଭାଇଚାରା ର ବାର୍ତ୍ତା ସମାଜ କୁ ଦେବ ବୋଲି ସ୍କୁଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବା ବେଳେ ଶିକ୍ଷୟିତ୍ରୀ କଲ୍ୟାଣୀ ବାଗ ସଭା ପରିଚାଳନା ଓ ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁ,ସାଧନା ପ୍ରଧାନ, ସରିତା ବାଗେଲ, ଚଞ୍ଚଳା ଶର୍ମା ଓ ବୃଷଭ ଦାସ ସହଯୋଗ କରିଥିଲେ ଓ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇଥିଲେ |

 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow