ଲଘୁଚାପ ବର୍ଷାରେ ଭିଜୁଛି ମଣ୍ଡିକୁ ଆସିଥିବା ପାଚିଲା ଧାନ: ଚିନ୍ତାରେ ଚାଷୀ କୂଳ,

Dec 26, 2024 - 07:49
 0  47
ଲଘୁଚାପ ବର୍ଷାରେ ଭିଜୁଛି ମଣ୍ଡିକୁ ଆସିଥିବା ପାଚିଲା ଧାନ: ଚିନ୍ତାରେ ଚାଷୀ କୂଳ,

ଲଘୁଚାପ ବର୍ଷାରେ ଭିଜୁଛି ମଣ୍ଡିକୁ ଆସିଥିବା ପାଚିଲା ଧାନ: ଚିନ୍ତାରେ ଚାଷୀ କୂଳ,

ନର୍ଲା : (ଶୁଭମ ବାର୍ତ୍ତ): ଲଘୁଚାପ ପ୍ରଭାବରେ ମଙ୍ଗଳବାର ଠାରୁ ନର୍ଲା ବ୍ଲକ ସମେତ ଆଖପାଖ ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷ କରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡି ରହି ଥିବାରୁ ଅଦିନିଆ ବର୍ଷାରେ ଭିଜୁଛି। ଚାଷୀମାନେ ଅମଳ ହୋଇଥିବା ପାଚିଲା ଧାନ,ଧାନକୁ କିପରି ବର୍ଷା ଦାଉରୁ ରକ୍ଷା କରିବେ ସେଥିପାଇଁ କିଏ ପଲିଥିନ ଢାଙ୍କୁଛି ତ ଆଉ କିଏ ବସ୍ତାରେ ଧାନକୁ ସାଇତି ରଖୁଥିବା ଦେଖିବାକୁ ମିଳୁଛି । ଯାହାକିଛି ଧାନ ଅମଳ ହୋଇଛି ସରକାରୀ ମଣ୍ଡି ଖୋଲିନଥିବାରୁ ଧାନ କିପରି ବିକ୍ରି କରିବେ ସେଥିପାଇଁ ଚିନ୍ତାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ୨ଦିନ ହେଲା କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଥିଵାରୁ ଅନେକ ସ୍ଥାନରେ ଧାନ ଭିଜିବା ସହିତ ମଣ୍ଡିରେ ପାଣି ଜମିବାରେ ଲାଗିଛି। ଫଳରେ ଧାନ ଗଜା ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳୁଛି ନର୍ଲା ବ୍ଲକ ଘୋଡା ବନ୍ଧ ପଂଚାୟତ ଘୋଡା ବନ୍ଧ ମଣ୍ଡି ଠାରେ, ଏହି ମଣ୍ଡିରେ ଶହଶହ ଧାନ ବସ୍ତା ପଡି ରହି ଥିବାରୁ ତାହା ନଷ୍ଟ ହେବାକୁ ବସିଛି। କିଛି ଚାଷୀ ଙ୍କ ଟୋକନ ଆଉ ମାତ୍ର ତିନି ଦିନ ଭିତରେ ଶେଷ ହେବାକୁ ବସିଲାଣି ଏଥିପାଇଁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଧାନ ମଣ୍ଡିରୁ ଧାନ ଉଠାଇଵା ପାଇଁ ଚାଷୀ ମହଲରୁ ଦାବୀ ହେଉଛି l

      ନର୍ଲାରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow