ସ୍ଵାଧୀନତା ର ୭୮ ବର୍ଷ ପରେ ମଧ୍ୟ ଗାଁ ରେ ବିଜୁଳି ଆଲୁଅ ସାତ ସପନ, ଅନ୍ଧାର ରେ ରହୁଛନ୍ତି ଗ୍ରାମବାସୀ

ସ୍ଵାଧୀନତା ର ୭୮ ବର୍ଷ ପରେ ମଧ୍ୟ ଗାଁ ରେ ବିଜୁଳି ଆଲୁଅ ସାତ ସପନ, ଅନ୍ଧାର ରେ ରହୁଛନ୍ତି ଗ୍ରାମବାସୀ,
କଳାହାଣ୍ଡି ଲାଞ୍ଜିଗଡ :- କିଛି ଦିନ ତଳେ ଆମ ଦେଶ ଭାରତ ପାଳନ କରିଛି ୭୮ ତମ ସ୍ୱାଧୀନତା ଦିବସ , ବିଶ୍ଵ ର ପ୍ରଗତିଶୀଳ ରାଷ୍ଟ୍ର ଭାବରେ ମଧ୍ୟ ସେ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ଆମ ଦେଶ ର ବୈଜ୍ଞାନିକ ଚନ୍ଦ୍ର ର ଦକ୍ଷିଣ ଗୋଲାର୍ଦ୍ଧ ରେ ମଧ୍ୟ ତାଙ୍କର ଉପସ୍ଥିତି ଜାହିର କରସାରିଲେଣି ହେଲେ ଆଜି ମଧ୍ୟ ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ପରି ମନେ ହେଉଛି।ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଭୂର୍ଟିଗଡ ପଞ୍ଚାୟତ ର ମୁଣ୍ଡା ବାହଲ ଗାଁ ର ବାସ୍ତବ କଥା ।ଗାଁ ରେ କୋଡ଼ିଏ ରୁ ଉର୍ଦ୍ଧ ପରିବାର ବସ ବାସ୍ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଦେଖି ନାହାନ୍ତି।ପଞ୍ଚ ବର୍ଷ ତଳେ ସୋଲାର ପ୍ରୋଜେକ୍ଟ ରେ ଗାଁ ରେ ଆଲୋକି କରଣ ର ବ୍ୟବସ୍ଥା ହୋଇଥିଲା ହେଲେ ତାହା ଦୁଇ ବର୍ଷ ପରେ ଅକାମି ହୋଇ ପଡ଼ି ରହିଛି। ଗାଁ ରେ କେବେ ଟେଲିଭିଜନ ଦେଖି ନାହାନ୍ତି, ବର୍ତ୍ତମାନ ତ ମୋବାଇଲ ର ବହୁଳ ବ୍ୟବହାର ଯୋଗୁଁ T V ଉପରେ ଲୋକ ଗୁରୁତ୍ବ ନ ଦେଇ ମୋବାଇଲ ଧରୁ ଛନ୍ତି। ଆଉ କିଛି ବର୍ଷ ପରେ ନବ ବିବାହିତା ମାନେ ଯୌତୁକ ଭାବରେ ନେଇଥିବା T V ସେଟ୍ କୁ କେବଳ ସୋ ପାଇଁ ଘର କାନ୍ଥରେ ଟାଙ୍ଗିବେ ନ ହେଲେ କଂସା ବାସନ ପରି ବାକ୍ସ ଭିତରେ ରଖିବେ କିନ୍ତୁ ମୋବାଇଲ ତ ଚାର୍ଜ କରିବାକୁ ପଡ଼ିବ ସେଥି ପାଇଁ ବିଜୁଳି ନିହାତି ଆବଶ୍ୟକ। ବିଜୁଳି ଅଭାବ ରୁ ସ୍କୁଲ ଛାତ୍ରଛାତ୍ରୀ ଦିନ ରେ ସ୍କୁଲ ରେ ଯାହା ପାଠ ପଢୁ ଛନ୍ତି ସେତିକି,ରାତିରେ ଅନ୍ଧାର ରେ ତାଙ୍କ ପାଠ ପଢା ରେ ବ୍ୟାଘାତ ଘଟୁଛି।ସ୍ଥାନୀୟ ପ୍ରଶାସନ କିମ୍ବା ବିଧାୟକ ଙ୍କୁ ଗୁହାରି କରି ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ।ରାଜ୍ୟ ରେ ୨୫ ବର୍ଷ ର ସ୍ଥିର ସରକାର୍ ଥାଇ ମଧ୍ୟ ଲୋକେ ଅନ୍ଧାର ରେ ଜୀବନ ବିତାଉ ଥିବା ଏକ ଦୁଃଖ ଓ ପରିତାପ ର ବିଷୟ।ରାଜ୍ୟ ରେ ନୂଆଁ ସରକାର ଆସିଛି ଗ୍ରାମ ବାସୀ ଙ୍କ ଆଶା ଅଛି ନୂତନ ସରକାର୍ ତାଙ୍କ ଗାଁ କୁ କେବେ ବିଜୁଳି ସଂଯୋଗ କରିବେ ତାହା ସମୟ କହିବ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






