ସରସ୍ଵତୀ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ,

Aug 26, 2024 - 16:35
 0  61
ସରସ୍ଵତୀ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ,

ସରସ୍ଵତୀ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ,

ଶୁଭମ ବାର୍ତ୍ତା (ଉପେନ୍ଦ୍ର ବଗର୍ତ୍ତି )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡା ରେ ଆଜି ମହାଆଡମ୍ବରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଥିଲା । ବିଦ୍ୟାଳୟ ର ସମସ୍ତ ଶିଶୁ ଭାଇ ଭଉଣୀ ବିଦ୍ୟାଳୟ କୁ ବିଭିନ୍ନ ବେଶଭୂଷା ରେ ଯଥା ଶ୍ରୀକୃଷ୍ଣ, ରାଧା, ଯଶୋଦା,ନନ୍ଦ ବାଲକ, ହନୁମାନ ଭଲି ବେଶଭୂଷା ରେ ସୁସଜ୍ଜିତ ହୋଇ ମାଁ ବିଣାପାଣି ଙ୍କ ବନ୍ଦନା କରି ଖୋଲ ତାଲ ସହ ଗୋଲାମୁଣ୍ଡା ନଗର ପରିକ୍ରମା କରି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ଲାଭ କରିଥିଲେ ।ପରେ ଗୋଲାମୁଣ୍ଡା ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲା ଙ୍କ ଘରେ ସମସ୍ତଙ୍କୁ ବନ୍ଦାପନା କରି ସ୍ଵାଗତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ର ସଂପାଦକ ଶ୍ରୀଯୁକ୍ତ ଅନିଲ କୁମାର ରାଉତ,ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ମୁଣ୍ଡ, କୋଷାଧ୍ୟକ୍ଷ କିଶୋର କୁମାର ନାୟକ, ପ୍ରଧାନ ଆଚାର୍ଯ୍ୟ ବ୍ରହ୍ମା ପ୍ରସାଦ କାଣ୍ଡ, ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲା,ମାନଝରୀ ସରପଞ୍ଚ ଶ୍ରୀଯୁକ୍ତ ଜଗୁଜିବନ ଅଘ୍ରିଆ,ସମସ୍ତ ଗୁରୁଜୀ ଗୁରୁମା ଅନେକ ଅଭିଭାବକ ଓ ଗୋଲାମୁଣ୍ଡା ଜୟ ଗୁରୁ ଦଲ ର ସଦସ୍ୟ ମାନେ ଖୋଲ ତାଲ ସହ ନଗର ପରିକ୍ରମା ରେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow