ସମାପନ ହେଲା ନର୍ଲା ରେ ହେଉଥିବା ୨୪ ପ୍ରହର ନାମଯଜ୍ଞ

Apr 25, 2025 - 11:06
 0  1
ସମାପନ ହେଲା ନର୍ଲା ରେ ହେଉଥିବା ୨୪ ପ୍ରହର ନାମଯଜ୍ଞ

ସମାପନ ହେଲା ନର୍ଲା ରେ ହେଉଥିବା ୨୪ ପ୍ରହର ନମଯଜ୍ଞ,

ଶୁଭମ ବାର୍ତ୍ତା :- ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନର୍ଲା ବଳଭଦ୍ରେଶ୍ୱର ପ୍ରହରୀ କମିଟି ପକ୍ଷରୁ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଟିତ ହୋଇ ଯାଇଛି ।୨୧ ତାରିଖ ସୋମବାର ରୁ ଆରମ୍ଭ ହୋଇ ଥିବା ଉକ୍ତ ନାମଯଜ୍ଞା ପାଇଁ ଶହ ଶହ ମହିଳା ନିକଟସ୍ଥ ପୋଖରୀ ରୁ କଳସ ରେ ଜଳ ଧରି ଶୋଭାଯାତ୍ରା ରେ ଯାଇ ମଣ୍ଡପ ରେ କଳସ ସ୍ଥାପନ କରିଥିଲେ। ତିନି ଦିନ ଧରି ଚାଲିଥିବା ଉକ୍ତ ନାମ ଯଜ୍ଞ ରେ କଳାହାଣ୍ଡି ଜିଲ୍ଲା ସହିତ ବଲାଙ୍ଗୀର, ବରଗଡ ଓ ରାୟଗଡ଼ା ଜିଲ୍ଲାରୁ ୧୨ ଗୋଟି ସଙ୍କୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ର ଯଜ୍ଞ କର୍ତ୍ତା ଭାବରେ ଶ୍ରୀଯୁକ୍ତ ନରସିଂହ ନାଏକ୍ ଓ ତାଙ୍କ ଧର୍ମପତ୍ନୀ ସୁନୀତା ନାଏକ୍ ଥିବା ବେଳେ ପୂଜକ ପଣ୍ଡିତ ଭାବରେ ଶ୍ରୀଯୁକ୍ତ ସୁନାସିର ମିଶ୍ର ଓ ଦୟାନିଧି ବିଶି କାର୍ଯ୍ୟଭାର ତୁଲାଇ ଥିଲେ।ଉକ୍ତ ନାମ ଯଜ୍ଞ ରେ ଯୋଗ ଦେଇ ଥିବା ସଙ୍କୀର୍ତ୍ତନ ଦଳ ଗୁଡିକ ବିଭିନ୍ନ ଶୈଳୀ ରେ ନୃତ୍ୟ ସଙ୍ଗୀତ ଗାନ କରି ଦର୍ଶକ ଙ୍କ ମନ ମୋହି ଥିଲେ। ସମସ୍ତ ଙ୍କ ପାଇଁ ଆନନ୍ଦ ବଜାର ରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିବା ବେଳେ ବିଶେଷ କରି ମହିଳା ମାନେ ଭୋଗ ପରସୁଥିବା ଦେଖିବାକୁ ମିଳିଥିଲା। ଏହି ନାମ ସଙ୍କୀର୍ତ୍ତନ ଦେଖିବାକୁ ଆଖ ପାଖ ଅଞ୍ଚଳ ରୁ ହଜାର ହଜାର ଲୋକଙ୍କ ସମାଗମ ହେଉ ଥିଲା।ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନ ରେ ଜଳଛତ୍ର ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । କମିଟି ସଦସ୍ୟ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନର୍ଲା ସହର ବାସୀଙ୍କ ସହଯୋଗ ରେ ନାମହାଜ୍ଞ ଟି ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଥିଲା।

        ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା।

What's Your Reaction?

like

dislike

love

funny

angry

sad

wow