ଆରଡି ରାସ୍ତାରେ ଜମୁଛି ଆଣ୍ଠୁଏ କାଦୁଅ ! ଅଭିଯୋଗ ଆଣିଲେ ଗ୍ରାମବାସୀ,

Aug 29, 2024 - 20:36
Aug 29, 2024 - 20:47
 0  35
ଆରଡି ରାସ୍ତାରେ ଜମୁଛି ଆଣ୍ଠୁଏ କାଦୁଅ ! ଅଭିଯୋଗ ଆଣିଲେ ଗ୍ରାମବାସୀ,

ଆରଡି ରାସ୍ତାରେ ଜମୁଛି ଆଣ୍ଠୁଏ କାଦୁଅ ! ଅଭିଯୋଗ ଆଣିଲେ ଗ୍ରାମବାସୀ,

ଗୋଲାମୁଣ୍ଡା ଶୁଭମ ବାତ୍ତା(ଉପେନ୍ଦ୍ର ବଗତ୍ତି )ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ଠୁ କୁମ୍ଭାରୀ ରାସ୍ତା ମରଣ ଯନ୍ତା ପାଲଟିଥିବା ନେଇ ଫରଙ୍ଗ ଗ୍ରାମର ଉଦିଆ ନିଆଲ,ମନୋଜ ଗଡତିଆ, ଡମେନ ସା,ସୁମନ ମାଝି,ଜୟ ବାରିକ,ପ୍ରେମ ପ୍ରଧାନ,ଦେବେନ୍ଦ୍ର ଗଡତିଆ,ଚନ୍ଦ୍ର ସା,ପକ୍ଷରୁ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଏହି ରାସ୍ତାଟି ଗତ ବର୍ଷ ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କାମ ହୋଇଥିଲା ହେଲେ ଆଜକୁ ବର୍ଷେ ହୋଇ ନ ଥିବା ବେଳେ ପ୍ରାୟତଃ ଭୁଶୁଡି ଗଲାଣି । ରାସ୍ତାରେ ଆଣ୍ଠୁଏ କାଦୁଅ ଜମୁଥିବାରୁ ଜନସାଧାରଣ ଯିବା ଆସିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫରଙ୍ଗ ଗ୍ରାମର ଜନସାଧାରଣ କହିବାନୁଯାଇ ୮୦ ଲକ୍ଷ୍ୟ ଟଙ୍କାରେ ଏହି ରାସ୍ତାଟି ଗତ ବର୍ଷ କାମ ହୋଇଥିଲା । କିନ୍ତୁ ଏକ ବର୍ଷ ଭିତରେ ଭାଙ୍ଗିଯାଇ ରାସ୍ତା ମଝିରେ ଆଣ୍ଠୁଏ କାଦୁଅ ଜମା ହୋଇଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଫରଙ୍ଗ ପଞ୍ଚାୟତରେ ସ୍ୱାସ୍ଥ୍ୟକେନ୍ଦ୍ର ଓ ହାଇ ସ୍କୁଲ ଥିବାରୁ କୁମ୍ଭାରୀ ଗ୍ରାମର ରୋଗୀମାନେ ଚିକିତ୍ସା ପାଇଁ ଆସୁଥିବା ବେଳେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବାକୁ ଆସନ୍ତି । ହେଲେ ଆସୁଥିବା ବେଳେ ଅନେକ ଲୋକ ଓ ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରାୟତଃ ଛାତ୍ରଛାତ୍ରୀମାନେ ବିଶେଷ ପରିମାଣରେ ପ୍ରଭାବିତ ହେଉଛନ୍ତି । ଫୁଣ୍ଡା, ରେଙ୍ଗସାପାଲି, ବନ୍ଦାଗାଁ, ବୋରଗୁଡା ଓ ଫରଙ୍ଗ ପଞ୍ଚାୟତ ଜନସାଧାରଣ ଏ ରାସ୍ତା ଦେଇ ଧର୍ମଗଡ଼କୁ ଯିବା ଆସିବା କରିଥାନ୍ତି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କଲେ ଫୋନ ଉଠାଉ ନ ଥିବା ବେଳେ ସହକାରୀ ଯନ୍ତ୍ରୀ ରାଜିନ୍ଦ୍ର ମାଝୀଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କହିବାନୁଯାଇ ଆସନ୍ତାକାଲି ତଦନ୍ତ କରାଯିବ ଦରକାର ପଡିଲେ ଜରୁରୀକାଳୀନ ଭିତରେ ମରାମତି କରାଯିବାକୁ ସୂଚନା ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow