ଭବାନୀପାଟଣା ଠାରେ ୨୧ ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର,

ଭବାନୀପାଟଣା ଠାରେ ୨୧ ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ମୁକ୍ଷାଳୟ ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ୨୧ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଡି ପି ଏମ ୟୁ (ପ୍ଲାନିଂ)ଭବାନୀପାଟଣା ସଭା ଗୃହରେ ଉଦଘାଟନ କାର୍ଯ୍ୟକ୍ରମ ହୋଇଯାଇଅଛି । ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କଳାହାଣ୍ଡି ତ୍ରିଲୋଚନ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ , ସମ୍ମାନିତ ଅତିଥି ଭାବରେ ଉପନିର୍ଦ୍ଦେଶକ ଡି ପି ଏମ ୟୁ କଳାହାଣ୍ଡି ଶ୍ରୀକାନ୍ତ ଦଳେଇ ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରଜନୀକାନ୍ତ ରଥ ଓ ଡି ଆଇ ପି ଆର୍ ଓ ମନୋଜ ବେହେରା ଉପସ୍ଥିତ ଥିଲେ।ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କଳାହାଣ୍ଡି ଡ଼ଃ ରଥ ସ୍ବାଗତ ଭାଷଣ ଦେବା ସହିତ ୨୧ତମ ପଶୁଧନ ଗଣନାର ଆଭିମୁଖ୍ୟ ଏବଂ ମହତ୍ତ୍ଵ ବିଷୟରେ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଧର୍ମଗଡ଼ ଓ ଭବାନପାଟଣା, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀଧନ ନିରୀକ୍ଷକ, ଭେଟନାରୀ ଟେକ୍ନିସିଏନ, ମୈତ୍ରୀ, ପ୍ରାଣୀମିତ୍ର ଆଦି ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ ଶିବିରରେ କଳାହାଣ୍ଡି ଜିଲ୍ଲାର ସର୍ବମୋଟ ୧୩୩ ଟି ପଶୁଧନ ଗଣନାକାରୀ ଏବଂ ୩୬ ଟି ପର୍ଯ୍ୟବେକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






