ନର୍ଲା ବ୍ଲକ୍ ରେ ମହା ଆଡ଼ମ୍ବର ସହିତ ପାଳନ ହେଲା ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫,

ନର୍ଲା ବ୍ଲକ୍ ରେ ମହା ଆଡ଼ମ୍ବର ସହିତ ପାଳନ ହେଲା ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫,
ନର୍ଲା ଶୁଭମ ବାର୍ତ୍ତା :- କିଛି ଦିନ ହେଲା କଳାହାଣ୍ଡି ଜିଲ୍ଲାର ଗାଁ ଠୁ ସହର କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଚଳ ଚଞ୍ଚଳ ଥିବା ବେଳେ ଆଜି ନର୍ଲା ବ୍ଲକ୍ ପରିସର ରେ ମଧ୍ୟ ମହା ଆଡ଼ମ୍ବର ସହିତ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ ହୋଇ ଯାଇଛି।ସର୍ବପ୍ରଥମେ ନର୍ଲା ଉପର ପଡ଼ା ସ୍ତିତ ବୁଢ଼ା ରଜା ମନ୍ଦିର ରୁ ଘୁମୁରା ର ତାଳେ ତାଳେ ସହ ସହ ଜନସାଧାରଣ ଙ୍କ ସହିତ ମଶାଲ୍ ଶୋଭଯାତ୍ରାରେ ଆସି କଳାପାହାଡ଼ ମଞ୍ଚ ପାଖରେ ମଶାଲ୍ ସ୍ଥାପନ କରିବା ପରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟ କ୍ରମ ର ଶୁଭାରମ୍ଭ କରାଯାଇଥିଲା।ଉଦ୍ଘାଟନୀ ଉତ୍ସବ ରେ ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥିଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ସ୍ଥାନୀୟ ତହସିଲ୍ ଦାର୍ ବଳଦେବ ବେହେରା ନର୍ଲା ବ୍ଲକ୍ ତିନୋଟି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ , ୨୬ ଟି ପଞ୍ଚାୟତ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ , ବ୍ଲକ୍ ର ବିଭିନ୍ନ ବିଭାଗ ର ଅଧିକାରୀ ଗଣ ଓ ଶହ ଶହ ଜନସାଧାରଣ ଉପସ୍ଥିତ ଥିଲେ ।ମୁଖ୍ୟ ବକ୍ତା ତୁଳାପଡ଼ା ବିଜୟାନନ୍ଦ କଲେଜ୍ ର ଓଡ଼ିଆ ଅଧ୍ୟାପକ ଉମେଶ ଚନ୍ଦ୍ର ସ୍ୱାଇଁ ଉଚ୍ଚ କୋଟୀର ବକ୍ତବ୍ୟ ପ୍ରଦାନ କରି ଉଦ୍ଘାଟନୀ ଉତ୍ସବ ରେ ଉପସ୍ଥିତ ଦର୍ଶକ ଙ୍କ ମନକୁ ଜିଣିପାରି ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






