ନର୍ଲା ରୋଡ୍ ଜୟଦୂର୍ଗା ହାଇସ୍କୁଲ ୨୦୦୨ ମାଟ୍ରିକ୍ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ,

ନର୍ଲା ରୋଡ୍ ଜୟଦୂର୍ଗା ହାଇସ୍କୁଲ ୨୦୦୨ ମାଟ୍ରିକ୍ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ,
ଶୁଭମ ବାର୍ତ୍ତା :- ଆଜି ର ଆଧୁନିକ ଯୁଗରେ କାର୍ଯ୍ୟ ବ୍ୟସ୍ତତା ଭିତରେ ମଧ୍ୟ ସମୟ ବାହାର୍ କରି ନିଜ ଛାତ୍ର ଜୀବନର ସହପାଠୀ ଙ୍କ ସହିତ ଏକତ୍ରିତ ହୋଇ ଭାବ ର ଆଦାନ ପ୍ରଦାନ କରିବା ପ୍ରାୟତଃ କମ୍ ଦେଖିବାକୁ ମିଳେ, କିନ୍ତୁ ଆଜି ନର୍ଲା ରୋଡ୍ ଜୟଦୁର୍ଗା ହାଇସ୍କୁଲ ର ୨୦୦୨ ମାଟ୍ରିକ୍ ବ୍ୟାଚ୍ ର ୭୦ ଜଣ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଦହଲ୍ ସ୍ଥିତ ଆମ୍ବ ବଗିଚା ରେ ବନ୍ଧୁ ମିଳନ କାର୍ଯ୍ୟ କ୍ରମ କରିଥିବା ଦେଖିବାକୁ ମିଳିଛି।ଏହି ବ୍ୟାଚ୍ ର ଅନେକ ଛାତ୍ର ଛାତ୍ରୀ ସରକାରୀ ଓ ବେସରକାରୀ ଚାକିରି କରୁଛନ୍ତି, କିଛି ଛାତ୍ର ଛାତ୍ରୀ ବ୍ୟବସାୟ ମଧ୍ୟ କରୁଛନ୍ତି ,କିନ୍ତୁ ସମସ୍ତେ ଯେତେ ଦୁର ଦୁରାନ୍ତ ରେ ଥାଇ ମଧ୍ୟ ଏଠାରେ ଅସି ଏକତ୍ରିତ ହୋଇ ନିଜ ସ୍କୁଲ୍ ଜୀବନ ର ସାଙ୍ଗ ସାଥୀ ଙ୍କ ମେଳ ରେ ଅନେକ ଆନନ୍ଦିତ ଅନୁଭବ କରି ଥିବା ପ୍ରକାଶ କରିଛନ୍ତି। ବିମ୍ବାଧର ବୁଦ୍ଧିଆ , ସୁରେନ୍ଦ୍ର କୁମାର୍ ସାହୁ, ଚୁମନ୍ ଭାଟି ଓ ତାଙ୍କ ସାଙ୍ଗ ମାନଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମଅନ୍ୟ ବ୍ୟାଚ୍ ର ଛାତ୍ର ଛାତ୍ରୀ ଙ୍କ ପାଇଁ ପ୍ରେରଣା ହେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






