ନର୍ଲା।ସତ୍ୟସାଇ ସେବା ଦଳ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ନର୍ଲା।ସତ୍ୟସାଇ ସେବା ଦଳ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ,
ଶୁଭମ ବାର୍ତ୍ତା :- ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ସହର ସ୍ଥିତ ସତ୍ୟ ସାଇ ସେବା ଦଳ ଓ ଏସ ,ସି, ଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ ର ମିଳିତ ସହଯୋଗ ରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ରେ ମୋଟ୍ ୫୨ ଜଣ ଙ୍କୁ ଚକ୍ଷୁ ପରୀକ୍ଷା କରାଯାଇ ଥିବା ବେଳେ ୧୮ ଜଣ ଙ୍କୁ ମୋତିଆ ବିନ୍ଦୁ ଚିହ୍ନଟ କରି ଅସ୍ତ୍ରୋପଚାର ପାଇଁ ଟିଟିଲାଗଡ ଚକ୍ଷୁ ଚିକିତ୍ସାଳୟ କୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ନର୍ଲା ସତ୍ୟ ସାଇ ସେବା ଦଳ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ଚଷମା ଆବଶ୍ୟକ ଥିବା ଲୋକଙ୍କୁ ୩୦ ପ୍ରତିଶତ ରିହାତି ଦରରେ ଚଷମା ଯୋଗାଇ ଦିଆ ଯାଇଥିଲା। ପ୍ରତି ତିନିମାସ ରେ ଥରେ ଏଭଳି ଶିବିର ର ଆୟୋଜନ ହେବ ବୋଲି ସତ୍ୟ ସାଇ ସେବା ଦଳ ର ସଦସ୍ୟ ମାନେ ପ୍ରକାଶ କରିଛନ୍ତି । ନର୍ଲା ସତ୍ୟସାଇ ସେବା ଦଳ ର ଏଭଳି ପ୍ରୟାସ ଦ୍ବାରା ଅନେକ ଗରିବ ଗୁରୁବା ଲାଭ ପାଉ ଥିବାରୁ ସେବା ଦଳ ର ସମସ୍ତ କର୍ମକର୍ତ୍ତା ଙ୍କୁ ନର୍ଲା ଅଞ୍ଚଳ ବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






