ବାଉଁଶ ବୁଦା ତଳେ ବୃଦ୍ଧ ଦମ୍ପତି କାଟୁଛନ୍ତି ଜୀବନ, ପ୍ରଶାସନ ସାଜିଛି ଧୃତରାଷ୍ଟ୍ର ?

Jan 3, 2025 - 17:36
 0  9
ବାଉଁଶ ବୁଦା ତଳେ ବୃଦ୍ଧ ଦମ୍ପତି କାଟୁଛନ୍ତି ଜୀବନ, ପ୍ରଶାସନ ସାଜିଛି ଧୃତରାଷ୍ଟ୍ର  ?

ବାଉଁଶ ବୁଦା ତଳେ ବୃଦ୍ଧ ଦମ୍ପତି କାଟୁଛନ୍ତି ଜୀବନ, ପ୍ରଶାସନ ସାଜିଛି ଧୃତରାଷ୍ଟ୍ର ?

ଭବାନୀପାଟଣା, ୦୩/୦୧(ଜଗନ୍ନାଥ ନାଏକ), ଶୁଭମ ବାର୍ତ୍ତା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ଗ୍ରାମର ବୃଦ୍ଧ ନୀଳମଣି ନାଏକ। ପୂର୍ବପୁରୁଷ ଥିଲେ ଦିନେ ଗାଁ ର ଗଉନ୍ତିଆ। ପାଖରେ ଥିଲା ଶହ ଶହ ଏକର ଜମି ଏବଂ ଅମାପ ସମ୍ପତ୍ତି । କିନ୍ତୁ ପରିସ୍ଥିତି ଏମିତି ହେଲା ଏବେ ବାଉଁଶ ବୁଦା ତଳେ ଖରା, ବର୍ଷା ଓ ଶୀତକୁ ସାଥି କରି ଦୁଃଖର ସହିତ ଜୀବନ ବିତାଉଛନ୍ତି।ପାଖରେ ନା ଅଛି ଜାଗା, ନା ଅଛି ଘର । ନୀଳମଣି ନାଏକ ଓ ତାଙ୍କ ସ୍ତ୍ରୀ ଛିନେ ନାଏକ ଏବଂ ଗୋଟିଏ ଝିଅକୁ ନେଇ ଏକ ହସ ଖୁସିର ସଂସାର ଥିଲା। ହେଲେ ଦିନେ ଏହି ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡିଲା । ସ୍ତ୍ରୀ ଛିନେ ନାଏକ ପାଗଳି ହୋଇଗଲେ। ଜମିବାଡ଼ି ଘର ଦ୍ଵାର କିଛି ନ ଥିବାରୁ ଗ୍ରାମର ଜଣେ ବଦାନ୍ୟ ବ୍ୟକ୍ତି ଶ୍ରୀ ରାଜାରାମ ନାଏକ ନୀଳମଣିଙ୍କୁ ଘର ନିର୍ମାଣ ପାଇଁ କିଛି ଜାଗା ଦେବା ସହ ନୀଳମଣିଙ୍କ ଝିଅ ରିତାଞ୍ଜଳିଙ୍କ ବିବାହ ଖର୍ଚ୍ଚ ମଧ୍ୟ ବହନ କରିଥିଲେ। ସେଠାରେ ସେ ରହିବା ପାଇଁ ଘର ଖଣ୍ଡେ ନିର୍ମାଣ କରି ଥିଲେ। ହେଲେ ବର୍ଷା ପବନରେ ଘର ମଧ୍ଯ ଭାଙ୍ଗି ଗଲା । ବର୍ତ୍ତମାନ ଏହି ପରିବାରକୁ ଆହା କରିବାକୁ କେହି ନ ଥିବା ବେଳେ ସାହା ହେବା ପାଇଁ ମଧ୍ୟ କେହି ନାହାନ୍ତି। ବିଗତ ୭ ବର୍ଷ ହେଲା ଏକ ବାଉଁଶବୁଦା ତଳେ ଜରିପାଳକୁ ଟାଙ୍ଗି ଜୀବନ ଅତିବାହିତ କରୁଛନ୍ତି। ଗ୍ରାମର ପାଖ ପଡିଶା କିଛି ଖାଦ୍ୟ ପଦାର୍ଥ ଦେଲେ ଖାଆନ୍ତି ନ ହେଲେ ଉପାସରେ ମଧ୍ଯ ଦିନ କାଟନ୍ତି । ନୀଳମଣି ନାଏକ ଅତ୍ୟନ୍ତ ଗରିବ ହୋଇଥିବା ବେଳେ ବୟସ ମଧ୍ୟ ୫୭କୁ ଛୁଇଁଲାଣି । ଘର ଭାଙ୍ଗି ଯାଇଥିବାରୁ ବାଉଁଶ ବୁଦା ତଳେ ଜୀବନକୁ ବାଜି ଲଗାଇ ସେଠାରେ ରହୁଛନ୍ତି। ନୀଳମଣି ରହୁଥ‌ିବା ଜାଗା ଦେଇ ଅନେକ ନେତା, ମନ୍ତ୍ରୀ, ସରପଞ୍ଚ ଯିବା ଆସିବା କରନ୍ତି, ହେଲେ କାହାରି ମଧ୍ୟ ନୀଳମଣିଙ୍କ ଉପରେ ଦୃଷ୍ଟି ପଡେ ନାହିଁ I ନୀଳମଣି ମଧ୍ଯ ଘର ଓ ଖଣ୍ଡିଏ ସ୍ତ୍ରୀଙ୍କ ଭତ୍ତା ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ଜଣେଇ ଥିବା ଶ୍ଵତେ ଶୁଣୁ ନ ଥିବା ସ୍ଥାନୀୟ ଲୋକେ ପ୍ରତିକ୍ରିୟାରେ କହିଛନ୍ତି। ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଦୂର ତତ୍ପରତାର ସହିତ ପଦକ୍ଷେପ ଗ୍ରହଣ କରୁଛି।

What's Your Reaction?

like

dislike

love

funny

angry

sad

wow