ନର୍ଲା ଅଞ୍ଚଳ ବାସୀଙ୍କ ବହୁ ଦିନର ଦାବୀ ପୁରଣ ହେଲା ,

Mar 4, 2025 - 21:43
 0  88
ନର୍ଲା ଅଞ୍ଚଳ ବାସୀଙ୍କ ବହୁ ଦିନର ଦାବୀ ପୁରଣ ହେଲା ,

ନର୍ଲା ଅଞ୍ଚଳ ବାସୀଙ୍କ ବହୁ ଦିନର ଦାବୀ ପୁରଣ ହେଲା , 

ନର୍ଲାରୋଡ୍ ଷ୍ଟେସନ୍ ରେ ଧାନ୍ ବାଦ୍ ଏକ୍ସପ୍ରେସ ରହଣିର ଶୁଭାରମ୍ଭ କଲେ ଲୋକସଭା ସାଂସଦ ମାଳବିକା ଦେବୀ ଓ ସୁଜିତ୍ କୁମାର,

ନର୍ଲା : ଶୁଭମ ବାର୍ତ୍ତା :- ମାରାତ୍ମକ ରୋଗ କୋଭିଡ୍ ପାଇଁ ସାରା ଦେଶରେ ଯାତ୍ରୀ ବାହି ଟ୍ରେନ୍ ରହଣି କୁ ନେ଼ଇ କଟକଣା ଲାଗିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ରେଳ ଷ୍ଟେସନ୍ ରେ ମଧ୍ୟ ଅନେକ୍ ଯାତ୍ରୀବାହୀ ଟ୍ରେନ୍ ରହୁ ନ ଥିଲା , କିନ୍ତୁ କୋଭିଡ୍ ମହାମାରୀ ପରେ ପୂର୍ବରୁ ଅଟକୁ ଥିବା ଟ୍ରେନ୍ ଆଉ ଅଟକିଲା ନାହିଁ, ଫଳରେ ନର୍ଲାରୋଡ୍ ରେଳ ଷ୍ଟେସନ୍ ଉପରେ ନିର୍ଭର କରୁଥିବା ଯାତ୍ରୀ, ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଟ୍ରେନ୍ ରହଣି କୁ ନେଇ ଦାବୀ କରିବା ଫଳରେ କିଛି ଟ୍ରେନ୍ ଅଟକୁ ଥିଲା କିନ୍ତୁ ସମତା ଏକ୍ସପ୍ରେସ୍, ଧାନବାଦ୍ ଏକ୍ସପ୍ରେସ ଭଳି ଅନେକ୍ ଏକ୍ସପ୍ରେସ୍ ଆଉ ଅଟକିଲା ନାହିଁ। ସେଥିପାଇଁ ନର୍ଲା ରୋଡ୍ ରେଳବାଇ ସୁରକ୍ଷା ସମିତି ପକ୍ଷରୁ ରେଳ ରୋକ ଆନ୍ଦୋଳନ ପାଇଁ ମଧ୍ୟ ଚେତାବନୀ ଦିଆଯାଇ ଥିଲା । ଏହି ସମସ୍ୟା କୁ ନେଇ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଙ୍କ ସହିତ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ମଧ୍ୟ ଲିଖିତ ଆକାର୍ ରେ ଅବଗତ କଲା ପରେ ଆଜି ନର୍ଲା ଅଞ୍ଚଳ ବାସୀ ଙ୍କ ଦାବୀ ଆଂଶିକ ପୂରଣ ହୋଇଛି,କୋଭିଡ୍ ପରେ ରହୁ ନ ଥିବା ତିନୋଟି ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟରୁ ଆଲେପି ଧାନବାଦ୍ ଏକ୍ସପ୍ରେସ ଆଜି ଠାରୁ ନର୍ଲା ରୋଡ୍ ଷ୍ଟେସନ୍ ରେ ରହଣୀର ଶୁଭାରମ୍ଭ ହୋଇଛି। ଏହି ଟ୍ରେନ୍ ରହଣି କାର୍ଯ୍ୟକ୍ରମ କୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଓ ରାଜ୍ୟସଭା ସାଂସଦ ସୁଜିତ୍ କୁମାର୍ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସେଥିପାଇଁ ନର୍ଲା ଅଞ୍ଚଳ ବାସୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପିର ଅନେକ ନେତା ଓ କାର୍ଯ୍ୟକର୍ତ୍ତା ଙ୍କ ସହିତ ରେଳବାଇ ସମ୍ବଲପୁର ଡିଭିଜନ୍ ର ଅନେକ ପଦାଧିକାରୀ, ରେଳବାଇ ପୋଲିସ୍, ସ୍ଥାନୀୟ ପୋଲିସ୍ , ନର୍ଲା , ରାମ୍ ପୁର ଅଞ୍ଚଳ ର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

 ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow