ବିଧାୟିକାଙ୍କ ଦ୍ୱାରା କନ୍ଧ ସମାଜର ସଂସ୍କୃତି ଭବନ ଉଦ୍ଘାଟିତ l

Mar 12, 2025 - 18:44
Mar 12, 2025 - 18:47
 0  133
ବିଧାୟିକାଙ୍କ ଦ୍ୱାରା କନ୍ଧ ସମାଜର ସଂସ୍କୃତି ଭବନ ଉଦ୍ଘାଟିତ l

 ବିଧାୟିକାଙ୍କ ଦ୍ୱାରା କନ୍ଧ ସମାଜର ସଂସ୍କୃତି ଭବନ ଉଦ୍ଘାଟିତ l 

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ନୂତନ ଭାବେ ନିର୍ମାଣ ହୋଇଥିବା କନ୍ଧ ସମାଜର ସଂସ୍କୃତି ଭବନ ର ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ଅଞ୍ଚଳ ର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ନର୍ଲା ବୁଢ଼ାରଜା ମନ୍ଦିର ରୁ ଏକ ମଶାଲ୍ ଶୋଭାଯାତ୍ରା ରେ ଆସି ସଂସ୍କୃତି ଭବନ ଭିତରେ ମଶାଲ୍ ସହିତ ନିଜ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସ୍ଥାପନ କରି ଥିଲେ। ଏହି ଗୃହ ପ୍ରବେଶ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗ ଦେଇ ରିବନ୍ କାଟି ଗୃହ ପ୍ରବେଶ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ୍ ଅଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗ ଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିର୍ କମଲ୍ ମଇଦାନ୍ ର ପୂର୍ବତନ ସମ୍ପାଦକ ଲୋକନାଥ ମାଝୀ, କିଶୋର୍ ମାଝୀ, କ୍ଷିତିସ୍ ଚନ୍ଦ୍ର ମାଝୀ,ଭୂମି ଦାନ କରି ଥିବା ମାରର୍ଫତ୍ ଦାର୍ ଗଜପତି ମାଝୀ ଙ୍କ ସୁପୁତ୍ର ଯୋଗେଶ୍ଵର ମାଝୀ, ଦେବରାଜ୍ ମାଝୀ, ଧନେଶ୍ଵର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଭବନ ଦ୍ଵାରା ଦୁର ଦୁରାନ୍ତ ରୁ ନର୍ଲା ସହର କୁ ଆସୁ ଥିବା ଆଦିବାସୀ ଭାଇ ଭଉଣୀ ମାନଙ୍କୁ ଅବେଳ ରେ ସହାୟକ ହେବ ବୋଲି ମତ ରଖିଛନ୍ତି ଉପସ୍ଥିତ କାର୍ଯ୍ୟକର୍ତ୍ତା ବୃନ୍ଦ ।

   ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow