ନିଖିଳ ଓଡିଶା ଗ୍ରାମ‌ପଞ୍ଚାୟତ ରାତ୍ର ଜଗୁଆଳି ଓ ଝାଡ଼ୁଦାର ଶ୍ରମିକଙ୍କ ସର୍ବ ନିମ୍ନ ମଜୁରୀ ସରକାର ପ୍ରଦାନ କରିବେ କେବେ

Jan 6, 2025 - 20:11
 0  30
ନିଖିଳ ଓଡିଶା ଗ୍ରାମ‌ପଞ୍ଚାୟତ ରାତ୍ର ଜଗୁଆଳି ଓ ଝାଡ଼ୁଦାର ଶ୍ରମିକଙ୍କ ସର୍ବ ନିମ୍ନ ମଜୁରୀ ସରକାର ପ୍ରଦାନ କରିବେ କେବେ

ନିଖିଳ ଓଡିଶା ଗ୍ରାମ‌ପଞ୍ଚାୟତ ରାତ୍ର ଜଗୁଆଳି ଓ ଝାଡ଼ୁଦାର ଶ୍ରମିକଙ୍କ ସର୍ବ ନିମ୍ନ ମଜୁରୀ ସରକାର ପ୍ରଦାନ କରିବେ କେବେ,

ଭବାନୀପାଟଣା, ୦୬/୦୧ (ଜଗନ୍ନାଥ ନାଏକ) ଶୁଭମ ବର୍ତ୍ତା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସ୍ଥିତ ଅମଲା ଭବନଠାରେ ନିଖିଳ ଓଡିଶା ରାତ୍ର ଜଗୁଳିଆ ଝାଡୁଦାର ଶ୍ରମିକ କଳାହାଣ୍ଡି ସଂଘର ଏକ ଜରୁରୀ ବୈଠକ ବିରଞ୍ଚି ପ୍ରସାଦ ନାଏକଙ୍କ ଆହ୍ବାନ ଓ ଲଳିତ ପାରିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇ ଯାଇଛି । ବର୍ତମାନ ସୁଦ୍ଧା ଭାରତ ସ୍ଵାଧୀନ ହୋଇ ଆଜିକି ୭୫ ବର୍ଷ ପଦାର୍ପଣ କରିସାରିଥିବା ସତ୍ତ୍ୱେ ରାତ୍ର ଜଗୁଆଳି ଓ ଝାଡୁଦାରଙ୍କୁ ବର୍ତ୍ତମାନ ସରକାରୀ ଅନୁଦାନ ପ୍ରାପ୍ତ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଏକ ନୂତନ କମିଟି ଗଠନ କରି ସର୍ବସମ୍ମତି କ୍ରମେ ଶ୍ରୀ କିଶୋର ବାଗ ସଭାପତି, ସମ୍ପାଦକ ଭାବରେ ବିରଞ୍ଚି ପ୍ରସାଦ ନାଏକ ଏବଂ କୋଷାଧ୍ୟକ୍ଷ ଭାବରେ ବିକାଶ ଦାସଙ୍କୁ ମନୋନୀତ ହୋଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସ୍ତରୀୟ ସାଧାରଣ ସଂପାଦକ ବିଦୂର କୁମାର, ସହସାଧାରଣ ସଂପାଦକ ସୁରେନ୍ଦ୍ର ଗୁରୁ ଏବଂ କୋଷାଧକ୍ଷ ଗଜାନନ୍ଦ ନାଗ ଉପସ୍ଥିତ ଥିଲେ ଓ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେ କଳାହାଣ୍ଡି ଜିଲ୍ଲା ୧୩ ଗୋଟି ବ୍ଲକର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ଓ ଏହି ପ୍ରମୁଖ ଦାବି ଗୁଡ଼ିକ ଉପସ୍ଥାପନ କରିଥିଲେ।ଗ୍ରାମପଞ୍ଚାୟତରେ ରାତ୍ରଜଗୁଆଳି ଓ ଝାଡ଼ୁଦାର ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିବା, ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ଓ ଅବସରକାଳୀନ ଭତ୍ତା ପ୍ରଦାନ କରିବା ସହ ଓ ମାସିକ ଭତ୍ତା ପ୍ରଦାନ କରିବା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି। ଯଦି ସରକାର କଥା ନ ଶୁଣନ୍ତି ତାହାହେଲେ ପରିବାର ସହ ରାଜ ରାସ୍ତା କୁ ପରିବାର ସହ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି। ଶେଷରେ ମହେନ୍ଦ୍ର କର ଧନ୍ୟବାଦ ଅର୍ପଣ ସଭା କାର୍ଯ୍ୟ ଶେଷ କରିଥିଲେ।

What's Your Reaction?

like

dislike

love

funny

angry

sad

wow