ଆଜି ଧରାପୃଷ୍ଠକୁ ଅବତରଣ କରିଛନ୍ତି ପାର୍ବତୀ ନନ୍ଦନ ବାବା ଗଣେଶ,

ଆଜି ଧରାପୃଷ୍ଠକୁ ଅବତରଣ କରିଛନ୍ତି ପାର୍ବତୀ ନନ୍ଦନ ବାବା ଗଣେଶ,
ନର୍ଲା ଶୁଭମ ବାର୍ତ୍ତା :- ଆଜି ପବିତ୍ର ଗଣେଶ ପୂଜା । ଗଣେଷ ଚତୁର୍ଥୀରେ ଧରା ପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ । ପୂଜାକୁ ନେଇ ଉତ୍ସବ ଉତ୍ସବ ମୁଖର ଗାଁଠୁ ସହର। ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୁ ଗଣନାଥ । ଆବାଳବୃଦ୍ଧ ବନିତା ସମସ୍ତେ ତାଙ୍କୁ ପୂଜା କରନ୍ତି । ଗଣେଶ ହେଉଛନ୍ତି ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକ ବିଗ୍ରହ ।ଛାତ୍ରଛାତ୍ରୀ, ପଣ୍ଡିତ ଓ ବୁଦ୍ଧିଜୀବୀମାନେ ହାତ ଯୋଡ଼ି ତାଙ୍କ ପାଖରେ ଜ୍ଞାନ ଭିକ୍ଷା କରନ୍ତି । ଭାଦ୍ରବ ମାସର ଚତୁର୍ଥୀ ତିଥିରେ ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଛାତ୍ରଛାତ୍ରୀମାନଙ୍କ ନୂତନ ବିଦ୍ୟାରମ୍ଭର ଏହି ଦିନ ହୋଇଥାଏ । ବିଦ୍ୟାରମ୍ଭ, ଗୃହପ୍ରବେଶ, ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ସର୍ବ ପ୍ରଥମେ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରାଯାଇ ତା'ପରେ ଶୁଭକାର୍ଯ୍ୟ ଆରମ୍ଭ ହୋଇଥାଏ । ଶିବ ପାର୍ବତୀ ଗଣେଶଙ୍କର ଜନକଜନନୀ ହେଲେ ମଧ୍ୟ ଗଣେଶ ହେଉଛନ୍ତି ଆଦିଦେବ । ସେ ସର୍ବଦେବ ତାଙ୍କ ଦ୍ୱାରା ପୂଜିତ, ଅଗ୍ରପୂଜ୍ୟ ଗଣଦାତା ମଙ୍ଗଳଦାୟକ ଶ୍ରୀଗଣେଶ । ବ୍ୟାସଦେବଙ୍କ କଥିତ ଶାସ୍ତ୍ରକୁ ଲେଖନୀ ଧରି ଭକ୍ତମାନଙ୍କ ପାଇଁ ଗଣେଶ ହିଁ ସର୍ବଶାସ୍ତ୍ର ଲେଖିଥିଲେ । ତେଣୁ ତାଙ୍କୁ ପୂଜା କରିବା ଦ୍ୱାରା ସର୍ବବିଘ୍ନ ନିବାରଣ ହୋଇଥାଏ । ପୂରା ଭାରତରେ ଗଣେଶ ପୂଜା ଧୂମ୍ଧାମ୍ରେ ପାଳିତ ହୋଇଥାଏ । ବିଭିନ୍ନ ରାଜ୍ୟରେ ଏହାକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରନ୍ତି । ଗଣେଶ ଚତୁର୍ଥୀର ଅନେକ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ମହାରାଷ୍ଟ୍ର, ଦିଲ୍ଲୀ, ଗୋଆ, କର୍ଣ୍ଣାଟକ ଭି ଅନେକ ସ୍ଥାନରେ ଶ୍ରଦ୍ଧାଳୁମାନେ ଏହାକୁ ଖୁବ୍ ଧୂମ୍ଧାମ୍ରେ ପାଳନ କରାଯାଏ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






