ସମାଜ ସେବୀ ଶାନ୍ତି ମାଝୀ ଙ୍କୁ ନର୍ଲା ରୋଡ ରେଳଷ୍ଟେସନ ରେ ଫୁଲ ତୋଡା ଦେଇ ସ୍ବାଗତ ଜଣାଇଲେ ନର୍ଲା ଅଞ୍ଚଳ ବାସୀ,

Jan 7, 2025 - 11:47
 0  245
ସମାଜ ସେବୀ ଶାନ୍ତି ମାଝୀ ଙ୍କୁ ନର୍ଲା ରୋଡ ରେଳଷ୍ଟେସନ ରେ ଫୁଲ ତୋଡା ଦେଇ ସ୍ବାଗତ ଜଣାଇଲେ ନର୍ଲା ଅଞ୍ଚଳ ବାସୀ,

 ସମାଜ ସେବୀ ଶାନ୍ତି ମାଝୀ ଙ୍କୁ ନର୍ଲା ରୋଡ ରେଳଷ୍ଟେସନ ରେ ଫୁଲ ତୋଡା ଦେଇ ସ୍ବାଗତ ଜଣାଇଲେ ନର୍ଲା ଅଞ୍ଚଳ ବାସୀ,

ନର୍ଲା ଶୁଭମ ବାର୍ତ୍ତା :- କିଛି ମଣିଷ ନିଜ ପେଶା ବ୍ୟତୀତ ସମାଜସେବା କରିବାକୁ ନିଶା ଭାବରେ ଗ୍ରହଣ କରି ନିଜ ଏକାଗ୍ରତା ବଳରେ ଲୋକଙ୍କ ପ୍ରିୟ ପାତ୍ର ହେବା ସହିତ ବିଭିନ୍ନ ସମ୍ମାନ ର ଅଧିକାରୀ ହୋଇଥାନ୍ତି। ଠିକ୍ ସେହି ଭଳି ନର୍ଲା ବ୍ଲକ୍ ଅନ୍ତର୍ଗତ ସର୍ଗୀଗୁଡ଼ା ପଞ୍ଚୟତ ଉଲିଶିର୍କା ଗାଁ ର ଶାନ୍ତି ମାଝୀ ,ପେଶା ରେ ଜଣେ ଆଶା କର୍ମୀ ହୋଇ ଥିଲେ ମଧ୍ୟ ନିଶା ତାଙ୍କର ସମାଜ ସେବା ରେ ବିତି ଥାଏ। କୌଣସି ବି ଦିନ ଏମେତି ନାହିଁ ଜେ ସେ ସମାଜ ସେବା କରନ୍ତି ନାହିଁ, ପ୍ରତ୍ୟେକ ଦିନ ସମାଜ ସେବା କରିବା ତାଙ୍କ ଦୈନନ୍ଦିନ ଜୀବନର ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ।କାହାକୁ ରକ୍ତ ଦରକାର ହେଲେ ଅବା ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଲେ ଶାନ୍ତି ମାଝୀ ଙ୍କ କାନ ରେ ବାଜିବା କ୍ଷଣି ହିଁ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ବିଭିନ୍ନ ଦୁର୍ଗମ ଅଞ୍ଚଳ କୁ ଯାଇ ଅସହାୟ ଗରିବ ବୃଦ୍ଧ ବୃଦ୍ଧା,ଓ ଅନାଥ ଶିଶୁ ମାନଙ୍କୁ ଶୀତ ବସ୍ତ୍ର ସହିତ କମ୍ବଳ ବଣ୍ଟନ କରି ଥାନ୍ତି। ସେଥି ପାଇଁ ସେ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ଭଲ ସମାଜ ସେବୀ ଭାବେ ପୁରସ୍କୃତ ହୋଇ ଥିବା ବେଳେ ରାଜଧାନୀ ଭୁବନେଶ୍ଵର ଠାରେ ଆୟୋଜିତ ଆଦିବାସୀ ମେଳା ରେ ଗତ ରବିବାର ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝୀ ଙ୍କ ଠାରୁ ସମ୍ମାନିତ ହୋଇ ଟ୍ରେନ ଯୋଗେ ଆଜି ନିଜ ଗାଁ କୁ ଫେରିଛନ୍ତି। ତାଙ୍କୁ ନର୍ଲା ଅଞ୍ଚଳ ବାସୀ ନର୍ଲା ରୋଡ ରେଳଷ୍ଟେସନ ରେ ଫୁଲ ତୋଡା ଦେଇ ସ୍ବାଗତ ଜଣେଇ ଛନ୍ତି। ଶାନ୍ତି ମାଝୀ ଭୁବନେଶ୍ୱର ରେ ସମ୍ମାନିତ ହୋଇ ଥିବା ରୁ ନର୍ଲା ଅଂଚଳ ରେ ଖୁସି ର ଲହରୀ ଖେଳିଯାଇଛି। ତାଙ୍କୁ ନେଇ ନର୍ଲା ଅଞ୍ଚଳ ବାସୀ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି।

      ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow