ଲୋକ ଗୀତ ଶିଳ୍ପୀ ଲଳିତ ମୋହନ୍ ଭୋଇ ଭୁବନେଶ୍ୱର ରେ ଚାଲିଥିବା ଆଦିବାସୀ ମହୋତ୍ସବ ରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ,

Jan 7, 2025 - 07:47
 0  57
ଲୋକ ଗୀତ ଶିଳ୍ପୀ ଲଳିତ ମୋହନ୍ ଭୋଇ ଭୁବନେଶ୍ୱର ରେ ଚାଲିଥିବା ଆଦିବାସୀ ମହୋତ୍ସବ ରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ,

 ଲୋକ ଗୀତ ଶିଳ୍ପୀ ଲଳିତ ମୋହନ୍ ଭୋଇ ଭୁବନେଶ୍ୱର ରେ ଚାଲିଥିବା ଆଦିବାସୀ ମହୋତ୍ସବ ରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ହେଉଛି କଳା ର ହାଣ୍ଡି, ଏଠାରେ ଅନେକ କଳାକାର ନିଜ ଏକାଗ୍ରତା ବଳ ରେ ଅନେକ କଳା ର ଅଧିକାରୀ ହୋଇପାରି ଥିବା ବେଳେ ସେଥିମଧ୍ୟରୁ ମ ରାମ୍ ପୁର ବ୍ଲକ୍ ଅନ୍ତର୍ଗତ ଅଖ୍ୟାତ ପଲ୍ଲୀ ମସ୍କାଦାଣ୍ଡି ଗ୍ରାମର ଲଳିତ ମୋହନ୍ ଭୋଇ ଅନ୍ୟ ତମ। ପେଶା ରେ ସେ ଜଣେ ସୁ ଶିକ୍ଷକ କିନ୍ତୁ ସେ ଏକା ଧାର ରେ ଲେଖକ, କଣ୍ଠ ଶିଳ୍ପୀ,ଓ ମଞ୍ଚ ଉଦ୍ଘୋଷକ ଭାବେ ନିଜ ଅଞ୍ଚଳ ତଥା କଳାହାଣ୍ଡି ରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅନେକ ଲୋକ ଗୀତ ଓ ଆଧୁନିକ ଗୀତ ମୁକ୍ତିଲାଭ କରି ଲୋକଙ୍କ ପାଖରେ ଆଦୃତ ହୋଇ ପାରିଛି। ଭୁବନେଶ୍ୱର ଠାରେ ଆୟୋଜିତ ଆଦିବାସୀ ମେଳା ରେ ଆଦିବାସୀ ପ୍ରତିଭା ଭାବରେ ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝୀ ପୁରସ୍କୃତ କରି ସମ୍ମାନିତ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ମସ୍କାଦାଣ୍ଡି ଅଞ୍ଚଳ ସହିତ କଳାହାଣ୍ଡି ଜିଲ୍ଲା ରେ ଖୁସିର ଲହରୀ ଖେଳିଯିବା ସହିତ ସୁଭେତ୍ସା ର ସୁଅ ଛୁଟିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow