ନର୍ଲା ବ୍ଲକ୍ ରେ ଅନୁଷ୍ଟିତ ହେଲା ମନରେଗା ଯୋଜନା ର ସାମାଜିକ ସମୀକ୍ଷା ବୈଠକ,

ନର୍ଲା ବ୍ଲକ୍ ରେ ଅନୁଷ୍ଟିତ ହେଲା ମନରେଗା ଯୋଜନା ର ସାମାଜିକ ସମୀକ୍ଷା ବୈଠକ,
ଶୁଭମ ବାର୍ତ୍ତା :- ଗ୍ରାମାଞ୍ଚଳ ରେ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର୍ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମ ରେ କାମ ଯୋଗାଇ ଦେଇଥାନ୍ତି ଏବଂ ସେହି ଯୋଜନା ର ସଫଳ ରୂପାୟନ ପାଇଁ ମଝିରେ ମଝିରେ ସମୀକ୍ଷା ବୈଠକ ର ଆୟୋଜନ କରି ଲୋକଙ୍କ ସମସ୍ୟା ଶୁଣିବା ସହିତ ତାର ସମାଧାନ କରିଥାନ୍ତି। ସେହି ଭଳି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରେ ମଧ୍ୟ ମଙ୍ଗଳ ବାର ଦିନ ଏଗାର ଟା ସମୟରେ ଏକ ସାମାଜିକ ସମୀକ୍ଷା ବୈଠକ ର ଆୟୋଜନ କରାଯାଇ ଥିଲା। ଏହି ବୈଠକ ରେ କଳାହାଣ୍ଡି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର୍ ଦରୱାନ୍ ଯୋଗ ଦେଇ ଅଧ୍ୟକ୍ଷତା କରିଥିବା ବେଳେ ନର୍ଲା ଗୋଷ୍ଟି ଉନ୍ନୟନ ଅଧିକାରୀ ବିପିନ୍ ବିହାରୀ ଦୀପ୍, ଙ୍କ ସହିତ ବ୍ଲକ୍ ର ବିଭିନ୍ନ ବିଭାଗ ର ଅଧିକାରୀ,୨୬ ଗୋଟି ପଞ୍ଚାୟତ ର ପି ଇ ଓଏବଂ ସରପଞ୍ଚ ଉପସ୍ଥିତ ଥିଲେ। ଏହି ବୈଠକ ପୂର୍ବରୁ ନର୍ଲା ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ ଗ୍ରାମ ସଭା ମାଧ୍ୟମ ରେ ଲୋକଙ୍କ ସମସ୍ୟା ଶୁଣିବା ସହିତ ତାର ସମାଧାନ କରିବା ପାଇଁ ପ୍ରୟାସ୍ କରାଯାଇ ଥିଲା। ଆଜିର ବୈଠକ ରେ ଗାଡେବନ୍ଧ୍ ପଞ୍ଚାୟତ ର ଦୁଇ ଜଣ ଶ୍ରମିକ ଉକ୍ତ ଯୋଜନା ରେ କାମ କରିଥିବା ଅର୍ଥ ରାଶି ର ଦୁଇଟି କିସ୍ତି ପାଇ ନ ଥିବା ଅଭିଯୋଗ କରି ଥିଲେ। ଉକ୍ତ ଦୁଇ ଶ୍ରୀମିକ ଙ୍କ ବକେୟା ରାଶି ଖୁବ୍ ଶୀଘ୍ର ପ୍ରଦାନ୍ କରାଯିବ ବୋଲି ବୈଠକ ରେ ନିଷ୍ପତି ହୋଇଥିଲା।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






