ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ,

ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲା ନର୍ଲା ବ୍ଲକ ପଞ୍ଚାୟତ ସମିତି ସଭାଗୃହଠାରେ ନର୍ଲା ବଡିଓ ବିପିନ ବିହାରୀ ଦୀପ ଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । କଳା ସଂସ୍କୃତି ଐତିହ ପରମ୍ପରା ଲୋକବାଦ୍ୟ ଓ ଲୋକ ଗୀତର ବାର୍ତ୍ତାବହ ହେଉଛି କଳାହାଣ୍ଡି ଉତ୍ସବ। କଳାହାଣ୍ଡି ଜିଲ୍ଲା ର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ହୁଏ ଏହି କଳାହାଣ୍ଡି ଉତ୍ସବ ‘ଘୁମୁରା’। ଏହି ଉତ୍ସବ ପ୍ରଥମେ ପଞ୍ଚାୟତ ସ୍ତରରେ ପାଳନ କରାଯାଇ ଥାଏ ଓ ପରେ ବ୍ଲକ ସ୍ତରୀୟ ଏବଂ ଶେଷରେ ଜାନୁଆରୀ ୧୪ତାରିଖରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ କରାଯାଇଥାଏ।ପ୍ରସ୍ତୁତି ବୈଠକରେ ଚଳିତ କଳାହାଣ୍ଡି ଉତ୍ସବ କିଭଳି ଏହାର ପ୍ରଚାର ପ୍ରସାର ସୁଚାରୁ ରୂପେ ହେବ ଏବଂ କେମିତି ଉତ୍ସବ ଆୟୋଜନ କରାଯିବା ଏବଂ କାର୍ଯକ୍ରମ କିପରି ଅଧିକ ଆକର୍ଷଣୀୟ ହେବ ସେ ବିଷୟରେ ଆଲୋଚନା କରାଯାଇ ବିଡିଓ ବିପିନ ବିହାରୀ ଦୀପ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ସେହିପରି ଚଳିତ ମାସ ୨୪ ଠାରୁ ଜାନୁଆରୀ ୫ ତାରିଖ ଭିତରେ ବ୍ଲକର ୨୬ ଗୋଟି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଉତ୍ସବ ପାଳନ କରାଯିବ। ଜାନୁଆରୀ ୬ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ଘୁମୁରା କାର୍ଯକ୍ରମ ଅନୁଷ୍ଠିତ ହେବ। ଏହାର ପରିଚାଳନା ପାଇଁ ମୂଖ୍ୟ କମିଟି ଓ ଉପକମିଟି ଚୟନ କରାଯାଇଥିଲା I
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






