ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ।

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ।
ଶୁଭମ ବାର୍ତ୍ତା :- ନୂଆଦିଲ୍ଲୀ ବିଜେପି ମୁଖ୍ୟ କର୍ଯ୍ୟଳୟ ଠାରେ ବିଜେଡିର ରାଜ୍ୟ ସଭା ସାଂସଦ ସୁଜିତ କୁମାର ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସୁଜିତ କୁମାର କହିଛନ୍ତି, ମୁଁ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଭାଜପାରେ ମିଶିଛି।ଆଜି ମୋ ପାଇଁ ଖୁସିର ଦିନ। ଏଥିସହ ଭାଜପାରେ ଯୋଗ ଦେବା ପରେ ନିଜ ଇସ୍ତଫାର କାରଣ ଖୋଲି କହିଛନ୍ତି ସୁଜିତ କୁମାର। ସେ କହିଛନ୍ତି, ଦୁର୍ନୀତି ନେଇ ନେତା ନ ଶୁଣିବାରୁ ଦଳ ଛାଡ଼ିଲି।ସେ ଟୁଇଟ୍ କରି କହିଛନ୍ତି, ମୋତେ ଦଳରେ ଅଣ ଦେଖା କରାଯାଉଥିଲା। ଦଳ ଆଉ ମୋର ସେବା ଆବଶ୍ୟକ କରୁନଥିଲା ବୋଲି ଅନୁଭବ କଲି। ସେଥିପାଇଁ ଏଭଳି କଠିନ ନିଷ୍ପତ୍ତି ନେଲି ବୋଲି ସୁଜିତ କୁମାର କହିଛନ୍ତି।ସୁଜିତ କୁମାର ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜ୍ରେ ସୂଚନା ଦିଆଯାଇଛି।ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ସୁଜିତ ବିଜେଡିର ଜଣେ ଟାଣୁଆ ନେତା ଥିଲେ।
What's Your Reaction?






