ୟୁନିଫର୍ମ ଯୋଗାଣରେ ଦୁର୍ନୀତିର ଆଶଙ୍କା,

ସ୍କୁଲ ୟୁନିଫର୍ମ ଯୋଗାଣ ରେ ପୁଣି ଦୁର୍ନୀତି ର ଆଶଙ୍କା,
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଅସ୍ତ୍ର ସଜାୟୀ ଅସାଧୁ ବ୍ୟବସାୟୀ ମାନେ ସକ୍ରିୟ ହେବେନି ତ !
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ୧୯୩ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୯ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବସ୍ଥିତ ଅଟେ ମୋଟ ୨୨୨ ଗୋଟି ବିଦ୍ୟାଳୟ ର ପ୍ରଥମ ରୁ ଦଶମ ଶ୍ରେଣୀ ରେ ଚଳିତ ବର୍ଷ ସର୍ବ ମୋଟ ୧୬୦୮୯ ଛାତ୍ରଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାର ପ୍ରତି ପିଲା ପିଛା ପୋଷାକ ଓ ଜୋତା ବାବଦ କୁ ଏକ ହଜାର ଟଙ୍କା ଲେଖାଏଁ ହେଲେ ମୋଟ 1,60,89,000,ଏକ କୋଟି ଷାଠିଏ ଲକ୍ଷ୍ୟ ଅଣାନବେ ହଜାର ଟଙ୍କା ଚଳିତ ବର୍ଷ ନର୍ଲା ବ୍ଲକ ରୁ ପୋଷାକ ଯୋଗାଇ ବା ବ୍ୟବସ୍ଥା ରହିଛି କିନ୍ତୁ ବଡ ଦୁଃଖର ବିଷୟ କି ଯେ ନର୍ଲା ବ୍ଲକ ରୁପ୍ରା ରୋଡ଼ ଗ୍ରାମର ହାତ ଗଣତି କିଛି ଅସାଧୁ ବ୍ୟବସାୟୀ ଯଥା ପ୍ରଦୀପ ଟେକ୍ସଟାଇଲସ,କମଳ କ୍ଲଥ ଷ୍ଟୋର ରମାନୁଜ ଟ୍ରେଡ଼ର୍ସ ଓ ସିଦ୍ଧାନ୍ତ କ୍ଲଥ ଷ୍ଟୋର ମାନେ ଦୀର୍ଘ ବର୍ଷ ଧରି ଲଗାତାର ଭାବରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ କଲିକତା ର ଅତ୍ୟନ୍ତ ନିମ୍ନ ମାନର ରୋଟୋ କନାର ସ୍କୁଲ ପୋଷାକ ଯୋଗାଇ ବାର୍ଷିକ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରି ଆସୁଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଆସୁଥିଲା କିନ୍ତୁ ଏହାକୁ ନେଇ ଚଳିତ ବର୍ଷ ନର୍ଲା ସାମ୍ବାଦିକ ସଙ୍ଘ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳ କଳାହାଣ୍ଡି ଏବଂ ଡି ଇ ଓ କଳାହାଣ୍ଡି ଙ୍କୁ ଲିଖିତ ଅଭିଯୋଗ ଆଣିବା ପରେ ବର୍ତମାନ କଡାକଡି ଭାବରେ ବିଭାଗ ଉଦ୍ୟୋଗୀ ମହିଳା ଗୋଷ୍ଠୀଇ ଓ ସ୍ଥାନୀୟ କ୍ଷୁଦ୍ର ଶିଳ୍ପ ଦ୍ୟୋଗୀ ମାନଙ୍କୁ ପୋଷାକ ଯୋଗାଇବା ପାଇଁ ସ୍ଥିରକରିଥିବା ବେଳେ ସେହି ପୁରୁଣା ମୂଷା ମାନେ କିଛି ମହିଳା ଗୋଷ୍ଠୀ ଙ୍କୁ ନେଇ ପୁଣି ତାଙ୍କ ସାମ୍ରାଜ୍ୟ ବିସ୍ତାର ପାଇଁ ଭରପୁର ଉଦ୍ୟମ ଚାଲାଇ ଥିବା ଶୁଣିବାକୁ ମିଳୁଛି କାରଣ ଉକ୍ତ ଠକ ବ୍ୟବସାୟୀ ମାନେ ବିଭିନ୍ନ ସ୍କୁଳ କୁ ନମୁନା ଦେବା ସମୟରେ ଠିକ ଠାକ ମାନର ନମୁନା ଦେଉଛନ୍ତି ଯୋଗାଣ ସମୟରେ ସେହି ନିମ୍ନ ମାନର ପୋଷାକ ଯୋଗାଇ ଦେଇ ପଚାଶ ରୁ ଷାଠିଏ ପ୍ରତିଶତ ଅର୍ଥ ବାଟମାରଣା ହେଉଥିବା ବେଳେ ଉକ୍ତ ପୋଷାକ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ଏଣୁ ଏଥିପ୍ରତି ବ୍ଲକ ଲେବୁଲ ପୋଷାକ ମାନ ଓ ଅନୁମୋଦନ କମିଟି ସ୍ୱତନ୍ତ୍ର ଧ୍ୟାନ ଦେବା ନିମନ୍ତେ ଦାବି ହୋଇଛି
ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,
What's Your Reaction?






