ଷ୍ଟେଟ ବ୍ୟାଙ୍କ ପରିଚାଳକ ଓ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର,

ଷ୍ଟେଟ ବ୍ୟାଙ୍କ ପରିଚାଳକ ଓ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର,
ନର୍ଲା ଶୁଭମ ବାର୍ତ୍ତା :- ଆସନ୍ତା ୫ ତାରିଖ ଗୁରୁ ଦିବସ ଅବସର ରେ କେନ୍ଦ୍ର ସରକାର ୫୦ ଜଣ ଶିକ୍ଷକ ଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ କରିଥିବା ବେଳେ ଆମ ରାଜ୍ୟ ଓଡ଼ିଶା ରୁ ମଧ୍ୟ ଦୁଇ ଜଣ ଶିକ୍ଷକ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଛନ୍ତି।ସେମାନଙ୍କ ମଧ୍ୟରୁ ଜଣେ ରାୟଗଡ଼ା ଜିଲ୍ଲା ର ଶିକ୍ଷକ ହୋଇ ଥିବା ବେଳେ ଅନ୍ୟ ଜଣେ ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ମଧ୍ୟ ମନୋନୀତ ହୋଇଥିବାରୁ ଶ୍ରୀଯୁକ୍ତ କର ଙ୍କୁ ଶୁଭେଛା ର ସୁଅ ଛୁଟୁ ଥିବା ବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭବାନୀ ପାଟଣା ଶାଖା ପ୍ରବନ୍ଧକ ଗଙ୍ଗାଧର ପଟ୍ଟନାୟକ, ମୁଖ୍ୟ ପ୍ରବନ୍ଧକ ସୁରେଶ୍ କୁମାର୍ ଜାଲ୍, ନର୍ଲା ଶାଖା ପରିଚାଳକ ସୌମ୍ୟ କାନ୍ତ ସ୍ୱାଇଁ ପ୍ରମୁଖ ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ କୁ ଅସି ଶ୍ରୀଯୁକ୍ତ କର ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀ ଯୁକ୍ତ କରଙ୍କୁ ଅନୁସରଣ କରିବାକୁ ପ୍ରବର୍ତ୍ତାଇ ଥିଲେ। ଏହି ଅବସର ରେ ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇ, ସଂସ୍କୃତ ଶିକ୍ଷକ ସୁବାସ ଚନ୍ଦ୍ର ବରାଳ, ଶାରୀରିକ ଶିକ୍ଷକ ନାରାୟଣ ପଧାନ୍, ଚକ୍ର ଧର ସା ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହିତ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






