ରିଷିଗାଁ କ୍ଲଷ୍ଟର କନ୍ଧ ବାନ୍ଦୋପଲା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

Mar 28, 2025 - 19:48
 0  25
ରିଷିଗାଁ କ୍ଲଷ୍ଟର କନ୍ଧ ବାନ୍ଦୋପଲା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ରିଷିଗାଁ କ୍ଲଷ୍ଟର କନ୍ଧ ବାନ୍ଦୋପଲା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଶୁଭମ ବାର୍ତ୍ତା _ଭବାନୀ ପାଟଣା ତା.୨୭.୦୩.୨୦୨୫ ରିଖ ପୂର୍ବନ୍ନ ସମୟରେ ସଦର ବ୍ଲକ ରିଷିଗାଁ କ୍ଲଷ୍ଟର ସି.ଆର.ସି.ସି. ବୈକୁଣ୍ଠ ବେମାଲ ଙ୍କ ନେତୃତ୍ୱ ରେ ସ୍ଥାନୀୟ କନ୍ଧବାନ୍ଦୋପଲା ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାଲଗାଁ ସରପଞ୍ଚ ବିଷ୍ଣୁପ୍ରିୟା ଦୁର୍ଗା,ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଦିକେଶ ନାଏକ, ସଂମାନିତ ଅତିଥି ଭାବରେ ଏ.ବି.ଇ.ଓ.ଜଗଦୀଶଚନ୍ଦ୍ର ମୁଣ୍ଡ ,ଅନ୍ୟତମ ସଂମାନିତ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଚୈତନ୍ୟ ରଣା ,ଉପାଧ୍ୟକ୍ଷ୍ୟା ଗୀତା ଞ୍ଜଳି ରଣା, ୱାର୍ଡ ମେମ୍ବେର ଜେମା ମାଝୀ, ପ୍ରଧାନ ଶିକ୍ଷ୍ୟୟତ୍ରୀ ରମ୍ଭାଦେଇ ପ୍ରମୁଖ ମଞ୍ଚସିନ ହୋଇ ଛାତ୍ର ଛାତ୍ରୀଙ୍କୁ ଭଲ ପାଠପଢି ସୁନାଗରିକ ହେବା ନିମନ୍ତେ ମୂଲ୍ୟବୋଧ ଭିତ୍ତିକ ସମ୍ଭାଷଣ ପ୍ରଦାନ କରିବାସହ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ।ସାଥେ ସାଥେ ଆମ ସଂସ୍କୃତି ଆମ ଖେଳଣା ଶିକ୍ଷଣ ସାମଗ୍ରୀ କର୍ମଶାଳା ମଧ୍ୟ ପରିଦର୍ଶନ କରିଥିଲେ।ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଜନ ଗହଳିକୁ ବେଶ ମନଛୁଆଁ ହୋଇଥିଲା। ମୁଖ୍ୟ ଅତିଥି ଏଇ ବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ହୋଇଥିବାରୁ ତାଙ୍କର ଗରିମାମୟ ଉପସ୍ଥିତି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମୟୀ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ସରିତା ଜାଲ ଧନ୍ୟବାଦ ଅର୍ପଣ ଓ ନାମିତ ମିଶ୍ର ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

    କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow