ନର୍ଲା ବ୍ଲକ୍ ପରିସର ରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ପାଇ ଭବ୍ୟ କାର୍ଯ୍ୟକ୍ରମ,

ନର୍ଲା ବ୍ଲକ୍ ପରିସର ରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ପାଇ ଭବ୍ୟ କାର୍ଯ୍ୟକ୍ରମ,
ନର୍ଲା ଶୁଭମ ବାର୍ତ୍ତା :- ଆମ ଦେଶ ର ଲୋକ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୪ ତମ ଜନ୍ମ ଦିବସ ଅବସର ରେ ଓଡ଼ିଶା ର ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଛନ୍ତି।ଆଜି ଓଡିଶା ର ପ୍ରତ୍ୟକ୍ ବ୍ଲକ୍ ରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମ ରେ ମହିଳା ମାନଙ୍କ ପାସ୍ ବୁକ୍ ନମ୍ବର୍ କୁ ସୁଭଦ୍ରା ଯୋଜନା ର ପ୍ରଥମ କିସ୍ତି ଟଙ୍କା ଦେବା ର ବ୍ୟବସ୍ଥା କରି ଭର୍ଚୁଆଲ ମୋଡ୍ ରେ ଭୁବନେଶ୍ୱର ରୁ ଶୁଭାରମ୍ଭ କରିଥିଲେ।ନର୍ଲା ବିଡ଼ିଓ ଙ୍କ ତତ୍ତ୍ଵାବଧନ ରେ ଆୟୋଜିତଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକ୍ ର ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ସହିତ ଅଙ୍ଗୱାଡ଼ି କର୍ମୀ, ଆସା କର୍ମୀ,ଓ ଶହ ଶହ ସାଧାରଣ ମହିଳା ଯୋଗ ଦେଇ ଥିବା ବେଳେ ବ୍ଲକ୍ ର ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହିତ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






