ମାଲପଡା ଠାରେ ଧୂମଧାମରେ ପାଳନ ହେଲା ମାଁ ଠାକୁରାଣୀ ଙ୍କ ଚୈତ୍ର ଯାତ୍ରା l

ମାଲପଡା ଠାରେ ଧୂମଧାମରେ ପାଳନ ହେଲା ମାଁ ଠାକୁରାଣୀ ଙ୍କ ଚୈତ୍ର ଯାତ୍ରା l
ଶୁଭମ ବାର୍ତ୍ତା / ଧର୍ମଗଡ,- ଧର୍ମଗଡ ବ୍ଲକ ଜୟନ୍ତପୁର ପଞ୍ଚାୟତ ମାଲପଡାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ଠାକୁରାଣୀ ଓ ମହାନପୁରିୟାଣୀ ଙ୍କ ଚୈତ୍ର ଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି l ଗ୍ରାମର ପୂଝାରୀ ଟଙ୍କଧର ଗଇଁନ୍ତା ପୂଜାର୍ଚ୍ଚନା କଲାପରେ କୁମାରୀ କନ୍ୟା ଉପରେ ବୁହାଯାଇଥିବା ଦେବୀଙ୍କ ଘଟ ଓ ମାଁ ଠାକୁରାଣୀ ଓ ମହାନପୁରିଆଣୀ ପ୍ରତ୍ୟେକ ଘରକୁ ବୁଲିଥିଲା, ଶ୍ରଦ୍ଧାଳୁ ମାନେ ମାଁଙ୍କର ଦର୍ଶନ ପାଇ ବେସ ଖୁସି ଜାହିର କରିଛନ୍ତି l ମାଲପଡା ଗ୍ରାମର ଶ୍ରଦ୍ଧାଳୁ ମାନେ ଧୂପ,ଦୀପ, ନଡ଼ିଆ ଦେଇ ପୂଜାର୍ଚ୍ଚନା କରିଥିଲେ l ଗ୍ରାମର ଏହି ମହାନ ପର୍ବରେ ପୂଝାରୀ ଟଙ୍କଧର ଗଇଁନ୍ତା, ପଦ୍ମନ ଗଇଁନ୍ତା, ତୀର୍ଥ ନାଗ,ପରାନ ଗଇଁନ୍ତା, ଉଦ୍ଧବ ନାଗ, ଲୁଦ୍ର ଗଇଁନ୍ତା, ଅର୍ଜୁନ ଗଇଁନ୍ତା, ଧନେଶ୍ୱର ଗଇଁନ୍ତା, ଅମରସିଂ ଗଇଁନ୍ତା, ଯଶୋବନ୍ତ ଗଇଁନ୍ତା, ଗୋବିନ୍ଦ ମାଝୀ, ରୁକଚନ ଗଇଁନ୍ତା, ଦୁର୍ଯ୍ୟୋଧନ ନାଗ, ମନି ନାଗ, ତିରନ ଗଇଁନ୍ତା, ସୁମନ୍ତ ଗଇଁନ୍ତା, ଗୋବର୍ଦ୍ଧନ ଗଇଁନ୍ତା, ମହେନ୍ଦ୍ର ମାଝୀ, ଧୂବନେ ମାଝୀ, କିଶୋର ମାଝୀ, ନେହେରୁ ମାଝୀ, ଖିରୋଦ ମାଝୀ, ଘନ ମାଝୀ, ମଣ୍ଟୁ ନାଗ, ଉପେନ୍ଦ୍ର ନାଗ, ପ୍ରକାଶ ଦୁର୍ଗା, ରିଙ୍କୁ ଗଇଁନ୍ତା, ଦୟାବନ୍ତ ଦୁର୍ଗା ସମେତ ଗ୍ରାମବାସୀ ଉପସ୍ଥିତ ରହି ଧୂମଧାମ ରେ ମାଁ ଙ୍କ ଚୈତ୍ର ଯାତ୍ରା ଙ୍କୁ ପାଳନ କରିଥିଲେ l
What's Your Reaction?






