ଗୋଲାମୁଣ୍ଡା ବ୍ଲକ ପରିଶରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ,

Sep 17, 2024 - 18:48
 0  20
ଗୋଲାମୁଣ୍ଡା ବ୍ଲକ ପରିଶରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ,

ଗୋଲାମୁଣ୍ଡା ବ୍ଲକ ପରିଶରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ,

ହଜାର ହଜାର ମହିଳା ଯୋଗଦାନ,

ଗୋଲାମୁଣ୍ଡା,ଶୁଭମ‌ ବାର୍ତ୍ତା (ଉପେନ୍ଦ୍ର ବଗର୍ତ୍ତି ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ ଜନ୍ମ ଦିବସ ଥିବା ବେଳେ ନିଜେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଉପସ୍ଥିତ ରହି ଭାଜପା ସରକାର ନିର୍ବାଚନୀ ସମୟରେ ଦେଇଥିବା ପ୍ରତିଶ୍ରୁତି ପୁରଣ କରିଛନ୍ତି । ଆଜି ୨୫ ହଜାର ୧୧ ଜଣ ମହିଳାଙ୍କ ଖାତାକୁ ଯାଇଛି ସୁଭଦ୍ରା ଯୋଜନା ବାବଦକୁ ୫ ହଜାର ଟଙ୍କା । ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଭବ୍ୟ ଆୟୋଜନ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ କଲାହାଣ୍ଡି ସାଂସଦଙ୍କ ପ୍ରତିନିଧି ପ୍ରସନ୍ନ ରାଉତ, ତହସିଲଦାର ଚନ୍ଦନ କୁମାର ନାୟକ, ସିଡିପିଓ ଉଷା ଲକ୍ଷ୍ମୀ ଉପସ୍ଥିତ ଥାଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା ସ୍ୱାଗତ ଅଭିଭାଷଣ ରଖିଥିଲେ । ଅତିଥି ମାନେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ ଅବଗତ କରିବା ସହିତ ଏହି ଯୋଜନା ମହିଳାମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବ ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ମାହାନନ୍ଦ ଉକ୍ତ ଅବସରରେ ସୁଭଦ୍ରା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇ ଘର ତିଆରି କରିସାରି ଥିବା ହିତାଧିକାରୀ ମାନଙ୍କୁ ଘରର ଚାବି ପ୍ରଦାନ କରିବା ସହ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ଦିଆ ଯାଇଥିଲା,ରାଜ୍ୟ ତଥା ମୋହନ ସରକାରଙ୍କ ଏହି ଯୋଜନାକୁ ଯୁଗାନ୍ତକାରି ପଦକ୍ଷେପ ବୋଲି ଉପସ୍ଥିତ ହଜାର ହଜାର ସଂଖ୍ୟକ ମହିଳାମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିପିଏମ ସୁଧାଂଶୁ ଶେଖର ବିଶ୍ୱାଳ, ଯୋଗାଣ ନିରୀକ୍ଷକ ସ୍ମୃତି ରଞ୍ଜନ ଜେନା, ଜିପିଇଓ ରମିତ ପ୍ରଧାନ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପର୍ଶୁ୍ରାମ ନାଏକ, ମହିଳା ପରିଦର୍ଶିକା ଯଶୋବନ୍ତି ନାଏକ, କନିଷ୍ଟ ଯନ୍ତ୍ରୀ ରବୀନ୍ଦ୍ର ପଟ୍ଟନାୟକ, ବିପିସି ମିଶନ ଶକ୍ତି ରାଜେନ୍ଦ୍ର ମାଝୀଆ ସେଠ, ବିଭାଗୀୟ ଅଧିକାରୀ ମନୋଜ ଠାକୁର ସମେତ ସରପଞ୍ଚ ସମିତି ସଭ୍ୟ/ସଭ୍ୟା ସିଆରପି ଏମ୍ବିକେ ଆଶା ଦିଦି ଇସି ସଦସ୍ୟ ଆଙ୍ଗନ ୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥାଇ ସହଯୋଗ କରିଥିଲେ,

What's Your Reaction?

like

dislike

love

funny

angry

sad

wow