ରିଷିଗାଁ ଉଚ୍ଚ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗୀତା ଓ ବାର୍ଷିକ ଉତ୍ସବ ଉଦଯାପିତ ।

Jan 10, 2025 - 02:00
 0  7
ରିଷିଗାଁ ଉଚ୍ଚ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗୀତା ଓ ବାର୍ଷିକ ଉତ୍ସବ ଉଦଯାପିତ ।

ରିଷିଗାଁ ଉଚ୍ଚ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗୀତା ଓ ବାର୍ଷିକ ଉତ୍ସବ ଉଦଯାପିତ ।

ଶୁଭମ ବାର୍ତ୍ତା :- ଭବାନୀପାଟଣା ବ୍ଲକ ଅଧିନସ୍ତ ରିଷିଗାଁ ଉଚ୍ଚ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗୀତା ଓ ବାର୍ଷିକ କ ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଦୀର୍ଘ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡା ତଥା ବାର୍ଷିକ ଉତ୍ସବରେ ଉଦ୍ଘାଟନୀ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମହାନ୍ତି ମଶାଲ ଶୋଭାଯାତ୍ରା ରେ ଯୋଗ ଦେଇ, ପତାକା ଉତ୍ତୋଳନ କରି ଏହି କ୍ରୀଡା ଉତ୍ସବ ର ଉଦଘାଟନ କରିଥିଲେ।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିନୋଦିନୀ ବେହେରା, ସରପଞ୍ଚ,ରିଷିଗାଁ, ନିର୍ମଳା ନାଏକ SMC Chairperson ଯୋଗ ଦେଇଥିଲେ। ପରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଦିନରେ ଉଦ୍ ଯାପନ ଉତ୍ସବ ସହ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ରୁପସିଂ ରାଉତ( Dist.Physical Education Officer), ମହେନ୍ଦ୍ର କୁମାର ପଣ୍ଡା,((Ex.IPE)ଓ ମୁଖ୍ୟ ବକ୍ତା ଭାବେ ପ୍ରକାଶ ନିଶାଙ୍କ , ପ୍ରଧାନ ଶିକ୍ଷକ ସରକାରୀ ଜନତା ଉଚ୍ଚ ବିଦ୍ୟାଳୟ,ବୋରଡା। ସମ୍ମାନିତ ଅତିଥି ଭାବେ ଜୟ କୁମାର ମାଝୀ( A.B.E.O, Bhawanipatna.) ରିଷିଗାଁ CRCC ବୈକୁଣ୍ଠ ବେମାଲ ପ୍ରମୁଖଙ୍କ ଗରୀମାମୟ ଉପସ୍ଥିତ ଏହି ସଭାକୁ ବହୁଗୁଣିତ କରିଥିଲା। ଅତିଥି ଗଣ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶାତ୍ମକ ଭାଷଣ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ପ୍ରତୀଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ର B.ed ଛାତ୍ର ଶ୍ରୀ ସତ୍ୟଜିତ୍ ଷଡ଼ଙ୍ଗୀ ଙ୍କ ନିର୍ଦ୍ଦେଶନାରେ ଏକ ସୁନ୍ଦର ନାଟକ "ଡଙ୍ଗର ରାଣୀ" ଏବଂ ଏକ ନୀରବ ନାଟକ "କାହିଁ ଗଲା ପିଲାଦିନ" ପ୍ରଦର୍ଶିତ ହୋଇଥିଲା।ଏହା ଖୁବ ଆକର୍ଷଣୀୟ ହୃଦୟ ସ୍ପର୍ଶୀ ଓ ମନଛୁଆଁ ହୋଇଥିଲା। ଆମ ରିଷିଗାଁ ପଞ୍ଚାୟତ ପାଇଁ ଏହା ଏକ ସ୍ମରଣୀୟ ଦିନ ହୋଇ ରହିବ। ଉକ୍ତ କାର୍ଯ୍ୟକ୍ରମରେ ଆଲୋକ କୁମାର ବେହେରା ସଭକାର୍ଯ୍ୟ ପରିଚାଳନା କରିଥିଲେ, ବରିଷ୍ଠ ଶିକ୍ଷୟତ୍ରୀ ତ୍ରୁପ୍ତି ପଟ୍ଟନାୟକ ଅତିଥି ପରିଚୟ କରାଇଥିବାବେଳେ କ୍ରୀଡ଼ା ଶିକ୍ଷକ ସତ୍ୟ ନାରାୟଣ ନାଗ ଙ୍କ ଦାୟିତ୍ୱ ପୂର୍ଣ ତତ୍ପରତା ଅତି ସୁନ୍ଦର୍ ଭାବେ ସମାହିତ ହୋଇଥିଲା। ବିଦ୍ୟାଳୟ ର ସମସ୍ତ ଷ୍ଟାଫ୍ ଓ ତାଲିମରତ ଛାତ୍ର-ଶିକ୍ଷକ ଙ୍କ ସହାୟତା ରେ ସମସ୍ତ କାର୍ଯ୍ୟକ୍ରମ ସୁନ୍ଦର ଭାବେ ସଫଳ ହୋଇଥିଲା।ରିଷିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସ୍ୱାଗତ ସଂ ଭାଷଣ ,ଓ ବାର୍ଷିକ ବିବରଣୀ ଉପସ୍ଥାପନ ତଥା ଅସାଧାରଣ କାର୍ଯ୍ୟ ଦକ୍ଷତା ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

What's Your Reaction?

like

dislike

love

funny

angry

sad

wow