ଚନାମୁଣ୍ଡା ଠାରେ ଥିବା ଚନା ଡଙ୍ଗର ଶୈବପୀଠରେ ଚାଲିଥିବା ମହା ଶିବରାତ୍ରି ଓ ଅଷ୍ଟ ପ୍ରହର ନାମଯଜ୍ଞରେ ହଜାର ହଜାର ଭକ୍ତଙ୍କ ଭିଡ଼ l ମହା ଆଡମ୍ବର ସହ ପାଳନ ହେଲା ମହା ଶିବରାତ୍ରି l

Feb 27, 2025 - 12:06
 0  112
ଚନାମୁଣ୍ଡା ଠାରେ ଥିବା ଚନା ଡଙ୍ଗର ଶୈବପୀଠରେ ଚାଲିଥିବା ମହା ଶିବରାତ୍ରି ଓ  ଅଷ୍ଟ ପ୍ରହର ନାମଯଜ୍ଞରେ ହଜାର ହଜାର ଭକ୍ତଙ୍କ ଭିଡ଼ l ମହା ଆଡମ୍ବର ସହ ପାଳନ ହେଲା ମହା ଶିବରାତ୍ରି l

ଚନାମୁଣ୍ଡା ଠାରେ ଥିବା ଚନା ଡଙ୍ଗର ଶୈବପୀଠରେ ଚାଲିଥିବା ମହା ଶିବରାତ୍ରି ଓ ଅଷ୍ଟ ପ୍ରହର ନାମଯଜ୍ଞରେ ହଜାର ହଜାର ଭକ୍ତଙ୍କ ଭିଡ଼ l ମହା ଆଡମ୍ବର ସହ ପାଳନ ହେଲା ମହା ଶିବରାତ୍ରି l

ଶୁଭମ barta:- ଧର୍ମଗଡ - କଳାହାଣ୍ଡି ର ବିଭିନ୍ନ ଶୈବପୀଠ ଠାରେ ମହା ଆଡମ୍ବର ସହ ପାଳିତ ହୋଇଛି ମହାଦେବ ଙ୍କ ମହା ଶିବରାତ୍ରି ତଥା ଜାଗର ଯାତ୍ରା ପାଳନ ହୋଇଯାଇଥିବାବେଳେ । ଧର୍ମଗଡ ଅଞ୍ଚଳର ଚନା ଡ଼ଙ୍ଗର ଶୈବ ପୀଠ ରେ ମଧ୍ୟ ମହା ଶିବ ରାତ୍ରି ଓ ଅଷ୍ଟପ୍ରହର ନାମଯଜ୍ଞ ଆଡମ୍ବର ସହ ପାଳନ ହୋଇଯାଇଛି । ଏହି ଶୈବ ପୀଠ ର ରହସ୍ୟ ସବୁଠୁ ନିଆରା। ଏହି ଶୈବ ପୀଠ ଛଞ୍ଚାଣବାହାଲି ପଂଚାୟତ ଅନ୍ତର୍ଗତ ଚନାମୁଣ୍ଡା ଗ୍ରାମ ଚନା ଡଙ୍ଗର ଠାରେ ଅବସ୍ଥିତ। ଏହି ଶୈବ ପୀଠ ଶୟଂ ମହାଦେବ ଙ୍କ ଇଚ୍ଛା ଅନୁସାରେ ହୋଇଥିବା ଶୁଣାଯାଏ । ମହା ଶିବରାତ୍ରିରେ ଶ୍ରୀମତୀ ଚନ୍ଦ୍ରିକା ନାଏକ ଓ ଶ୍ରୀଯୁକ୍ତ ରାଜୀବ ନାଏକ କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ ଦୁଷ୍ମନ୍ତ ପୁରୋହିତ, ମାଟି ପୂଝାରୀ ଭାବେ ହରି ପୂଝାରୀ ସମ୍ପାଦନା କରିଥିଲେ l ପ୍ରାୟ ଦୀର୍ଘ ୮୦-୯୦ ବର୍ଷ ତଳେ ପଲସପାନି ଗ୍ରାମର ଧନେଶ୍ଵର ଦୁରିଆ ନାମକ ଜଣେ ବ୍ୟକ୍ତି ଙ୍କ ସ୍ଵଭାବ, ଚାଲି ଚଳଣି ହଠାତ୍ ପରିବର୍ତ୍ତନ ହୋଇଥିଲା , ସେ କେତେବେଳେ କେଉଁ ସମୟରେ ଘରୁ ଉଭାନ ହୋଇ ଚନା ଡଙ୍ଗର ର ଏକ ଗଛ ଉପରେ ଝୁଲି ରହୁଥିଲେ । କୁହା ଯାଏଁ ସେହି ସମୟରେ ଚନା ଡଙ୍ଗର ରେ ବାଘ,ଭାଲୁ ଭଳି ଅନେକ ହିଂସ୍ର ଯିବ ଜନ୍ତୁ ବସବାସ କରୁଥିଲେ । ଯାହା ଫଳରେ ଉକ୍ତ ଡଙ୍ଗର କୁ ଯିବା ପାଇଁ ଲୋକେ ଭୟ କରୁଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ଘର ଲୋକଙ୍କ କଡା ସୁରକ୍ଷା ସତ୍ତେ ଉଭାନ ହୋଇ ଉକ୍ତ ଗଛରେ ରହୁଥିଲେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ହେବା ସହ କେହି କେହି ତାଙ୍କୁ ପାଗଳ ହେଉଥିବା ପ୍ରକାଶ କରୁଥିଲେ , କିନ୍ତୁ ଦିନକୁ ଦିନ ତାଙ୍କ ବ୍ୟବହାର ବଦଳୁ ଥିବାରୁ ଲୋକେ ତାଙ୍କୁ କାହିଁକି ଏପରି ହେଉଥିବା ପ୍ରଶ୍ନ କରିଥିଲେ । ଦିନେ ସେ ଚନାମୁଣ୍ଡା ଗ୍ରାମର ଚୌବନ୍ କାଣ୍ଡ ନାମକ ଜଣେ ବ୍ୟକ୍ତି କୁ ଚନା ଡଙ୍ଗର ଠାରେ ସୟଂ ଶିବ ମୂର୍ତ୍ତି ରହିଥିବା ପ୍ରକାଶ କରିଥିଲେ ,ଅନ୍ୟପଟେ ଚୌବନ କାଣ୍ଡ କୁ ମଧ୍ୟ ପ୍ରଭୁ ଙ୍କ ସ୍ୱପ୍ନାଦେଶ ହୋଇଥିବା ଶୁଣାଯାଏ । ପରବର୍ତ୍ତୀ ସମୟରେ କଥା ପ୍ରଘଟ ହେବା ପରେ ଆଖ ପାଖ ଗ୍ରାମର ଲୋକଙ୍କୁ ନେଇ ଏକ ବୈଠକ ହୋଇଥିଲା ,ସେହି ସମୟରେ ଧନେଶ୍ଵର ଙ୍କ ଦେହରେ ଚଣ୍ଡୀ ଆବିର୍ଭାବ ହୋଇ ଚନା ଡଙ୍ଗର ର ଏକ ନିର୍ଦ୍ଧିଷ୍ଟ ଜାଗାରେ ଖନନ କରିବା ପାଇଁ କହିଥିଲେ । ପରେ ଲୋକେ ଘଟଣା ର ସତ୍ୟତା ଜାଣିବା ପାଇଁ ସେହି ଯାହାକୁ ଖୋଲିବାରୁ ସେଠାରେ ମହାଦେବଙ୍କ ପଥର ମୂର୍ତ୍ତି, ଚଣ୍ଡୀ ମୂର୍ତ୍ତି, ଶିବ ଲିଙ୍ଗ, ଷଣ୍ଢ ଏଭଳି ଅନେକ ଦେବା ଦେବୀ ଙ୍କ ମୂର୍ତ୍ତି ବାହାରି ଥିଲା । ସେହି ଦିନ ଠାରୁ ଚନା ଡଙ୍ଗର ର ସେହି ଜାଗାରେ ଏକ କୁଡିଆ ତିଆରି କରି ମହାଦେବ ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ମନ୍ଦିର ରୁ ଚଣ୍ଡୀ ମୂର୍ତ୍ତି ଚୋରି ହେଇଥିବା ଶୁଣାଯାଏ । ଦୀର୍ଘ ବର୍ଷ ଧରି ଧନେଶ୍ଵର ଓ ଚଉବାନ କାଣ୍ଡ ଉକ୍ତ ଡଙ୍ଗର ରେ ମହାଦେବ ଙ୍କ ସେବା କରି ଆସୁଥିଲେ ।ପରବର୍ତ୍ତୀ ସମୟରେ ଉଭୟଙ୍କ ମୃତ୍ୟୁ ପରେ ଧନେଶ୍ଵର ଙ୍କ ସ୍ତ୍ରୀ ସୂଳୟା ଦୁରିଆ ଓ ହେମ କାଣ୍ଡ ମହାଦେବ ଙ୍କ ସେବା କରି ଆସୁଛନ୍ତି ।ବିଶ୍ୱାସ ଅଛି ମନ୍ଦିରରେ ମାନସିକ ରଖିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ବିଶେଷ କରି ଚଣ୍ଡୀ ପୀଠ ଠାରେ ପୂତ୍ର ସନ୍ତାନ ପାଇଁ ଅନେକ ଶ୍ରଦ୍ଧାଳୁ ମାନସିକ ରଖିଥାନ୍ତି , ମାନସିକ ପୂରଣ ହେଲେ ଜାଗର ପରେ ଚଣ୍ଡୀ ପୀଠ ରେ ମେଣ୍ଡା ( ଗଡରା) ବଳି ଦେଇଥାନ୍ତି । ଚଳିତ ବର୍ଷ ମଧ୍ୟ ଗ୍ରାମବାସୀ ଙ୍କ ସହଯୋଗରେ ଏହି ରହସ୍ୟମୟ ଶୈବ ପୀଠରେ ମହା ଆଡମ୍ବର ସହ ମହା ଶିବରାତ୍ରି ତଥା ଜାଗର ପାଳିତ ହୋଇଛି । ଏହି ଉପଲକ୍ଷେ ସକାଳୁ ରାତ୍ରୀ ୮ଘଣ୍ଟା ପର୍ଯ୍ୟନ୍ତ ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୋର ସକାଳୁ ସକାଳୁ ବିଳମ୍ବିତ ରାତି ଯାଏଁ ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । କମିଟି ର ସଭାପତି ଶ୍ରୀଯୁକ୍ତ ପରମାନନ୍ଦ ବୋଡ଼କିଆ ଓ ଶ୍ରୀଯୁକ୍ତ ଦୟାନିଧି, ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ନାଏକ ଓ ଡିଙ୍ଗର ନାଏକ, କୋଷାଧ୍ୟକ୍ଷ ବିପିନ ପୋଟି ଓ ନରହରି ବାଗ ଦାୟିତ୍ୱ ତୁଲାଇଥିଲା ବେଳେ କମିଟିର ସଦସ୍ୟ ଲକ୍ଷ୍ମଣ କାଣ୍ଡ, ନରେନ୍ଦ୍ର ନାଏକ, ମୋହନ ମାଝୀ, ରାଜମନ ବାଗ, ନୀଳଧର ରଣା, କୃଷ୍ଣଚନ୍ଦ୍ର ନାଏକ, ଦେବେନ୍ଦ୍ର ରଣା, ବୃନ୍ଦା, ବୈଷ୍ଣବ, ହରିଶଙ୍କର,କୀର୍ତ୍ତନ, ଚିତ୍ରସେନ, ପବିତ୍ର, ହେମନ୍ତ, ଗୋପାଳ ରଣା, ଭୁଜବଳ, ତିଳେଶ୍ୱର, ଅକୃର ରଣା ପ୍ରମୁଖ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow