ନର୍ଲା ବ୍ଲକ ସ୍ତରୀୟ ମିଶନ ଶକ୍ତି ଜିପିଏଲଏଫ ସଂଘର କଲମ ଛାଡ଼ ଆନ୍ଦୋଳନ l

Sep 25, 2024 - 15:40
 0  247
ନର୍ଲା ବ୍ଲକ ସ୍ତରୀୟ ମିଶନ ଶକ୍ତି ଜିପିଏଲଏଫ ସଂଘର କଲମ ଛାଡ଼ ଆନ୍ଦୋଳନ l

ନର୍ଲା ବ୍ଲକ ସ୍ତରୀୟ ମିଶନ ଶକ୍ତି ଜିପିଏଲଏଫ ସଂଘର କଲମ ଛାଡ଼ ଆନ୍ଦୋଳନ l

ନର୍ଲା ଶୁଭମ ବାର୍ତ୍ତା :- ସାରା ରାଜ୍ୟରେ ପଂଚାୟତ ସ୍ତରରେ କାର୍ଯ୍ୟ କରୁଥିବା କାମ୍ୟୁନିଟି ସପୋର୍ଟ ଷ୍ଟାପ ମାନେ ନିଜ ନିଜ ବ୍ଲକ୍ ଅଫିସ୍ ରେ ବିଡ଼ିଓ ମାନଙ୍କୁ ବିଭିନ୍ନ ଦାବି କୁ ନେଇ ଦାବୀପତ୍ର ପ୍ରଦାନ କରୁ ଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ କାମ କରୁଥିବା ମିଶନ ଶକ୍ତି ର ମହିଳା ମାନେ ମଧ୍ୟ ନର୍ଲା ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଦେବା ସହ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।ପୂର୍ବତନ ବିଜେଡି ସରକାର ଅମଳରୁ ମିଶନ ଶକ୍ତି ଜିପିଏଲଏଫ ସଂଘ ବିଭିନ୍ନ ଦାବୀ କରି ଆସୁ ଥିଲା ତାହା ଆଦ୍ୟବଧି ପୂରଣ ହୋଇନାହିଁ ଏବଂ ଦୀର୍ଘ ୬ ମାସ ହେବ ପରିଶ୍ରମିକ ମିଳୁନଥିବାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇ ଛନ୍ତି।ନର୍ଲା ବ୍ଲକ ର ୨6 ଗୋଟି ଗ୍ରାମପଞ୍ଚାୟତ ରୁ ଆସିଥିବା ୨୧୪ ସିଆରପିସିଏମ, ୯ ଜଣ ବ୍ୟାଙ୍କ ମିତ୍ର, ୨୬ ଏମବିକେ ଉପସ୍ଥିତ ରହି ବିଡ଼ିଓ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ l 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ୍ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow