ଆୟୁଷ୍ମାନ କାର୍ଡ ର ଶୁଭାରମ୍ଭ l

Apr 12, 2025 - 10:21
 0  25
ଆୟୁଷ୍ମାନ କାର୍ଡ ର ଶୁଭାରମ୍ଭ l

ଆୟୁଷ୍ମାନ କାର୍ଡ ର ଶୁଭାରମ୍ଭ l 

ଶୁଭମ ବାର୍ତ୍ତା :- ୧୧ ଏପ୍ରିଲ୍ ରୁ ସାରା ରାଜ୍ୟରେ ଆୟୁଷ୍ମାନ ଆରୋଗ୍ୟ ଯୋଜନା ର ସୁଭାରମ୍ଭ ପାଇଁ ଭବ୍ୟ ଆୟୋଜନ କରି କଟକ ଜିଲ୍ଲା ରୁ କେନ୍ଦ୍ରମନ୍ତ୍ରୀ ଜଗତ୍ ପ୍ରସାଦ୍ ନଡ୍ଡା ଙ୍କ ସହିତ ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝୀ ଙ୍କ କର କମଳରୁ ଏହି ଯୋଜନା ର ଶୁଭାରମ୍ଭ ହୋଇ ଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନ ରେ ଥିବା ଚାରୋଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଯଥା ରୁପ୍ରା ରୋଡ଼, ରୁପ୍ରା, ପଲମ, ଉଲିକୂପା ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ମହା ଆଡ଼ମ୍ବର ସହିତ ଅନୁଷ୍ଟିତ ହୋଇଥିବା ଦେଖିବାକୁ ମିଳିଛି। ରୁପ୍ରାରୋଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଆଦେଶ୍ ମାଝୀ ଙ୍କ ତତ୍ବାବଧନରେ ରୁପ୍ରାରୋଡ ରେ ଆୟୋଜିତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ୍ ର ପାଞ୍ଚ ଜଣ ସରପଞ୍ଚ ଯୋଗ ଥିବା ବେଳେ ଶିକ୍ଷକ ରଞ୍ଜନ କୁମାର୍ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜଣା ଶୁଣା ଆଶା କର୍ମୀ ଶାନ୍ତି ମାଝୀ ଙ୍କ ନେତୃତ୍ୱ ରେ ଶତାଧିକ ଆଶା କର୍ମୀ ଙ୍କ ସହିତ ରୁପ୍ରାରୋଡ୍ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଯୋଜନର ଉଦଘାଟନ ଉତ୍ସବ ରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା 50 ଜଣ ହିତାଧିକରୀଙ୍କୁ ଙ୍କୁ ଡେମୋ କାର୍ଡ ପ୍ରଦାନ କରାଯାଇଥିଲା l ଆଗାମୀ ଦିନରେ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଘର ଘର ଯାଇ ଏହି ଯୋଜନା ର ବୀମା କାର୍ଡ ଯୋଗାଇ ଦିଆଯିବ ବୋଲି ସମସ୍ତ ଙ୍କୁ ସୂଚନା ଦିଆ ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପାଇଁ ଦିନ ୧୦ ଟା ରୁ ଶହ ଶହ ମହିଳା ଉପସ୍ଥିତ ଥିବା ବେଳେ ସେମାନଙ୍କ ପାଇଁ କୌଣସି ପରିଶ୍ରାଗାର ର ବ୍ୟବସ୍ଥା ହୋଇ ନ ଥିବାରୁ ଉପସ୍ଥିତ ମହିଳା ମାନେ କ୍ଷ୍ୟୋଭୋ ପ୍ରକାଶ୍ କରିଥିଲେ ।

   ନାର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow