ଲାଞ୍ଜିଗଡ ବ୍ଲକରେ ନୂତନ ଶିକ୍ଷ୍ୟା ଅଧିକାରୀ ଙ୍କ ଯୋଗଦାନ, ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ମୋର ମୂଳ ଲକ୍ଷ୍ୟ,

ଲାଞ୍ଜିଗଡ ବ୍ଲକରେ ନୂତନ ଶିକ୍ଷ୍ୟା ଅଧିକାରୀ ଙ୍କ ଯୋଗଦାନ, ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ମୋର ମୂଳ ଲକ୍ଷ୍ୟ,
କଳାହାଣ୍ଡି :ଶୁଭମ ବାର୍ତ୍ତା :- ଲାଞ୍ଜିଗଡ ବ୍ଲକ ଏକ ଆଦିବାସୀ ଅଧ୍ୟୁଶିତ ଅଞ୍ଚଳ ହୋଇଥିବା ବେଳେ ଏହି ବ୍ଲକରେ ଶିକ୍ଷା କ୍ଷେତ୍ରରେ ଉନ୍ନତମାନର ଶିକ୍ଷା ପାଇ ପାରୁନାହାନ୍ତି ଛାତ୍ରଛାତ୍ରୀ l ଏହି ବ୍ଲକରେ ଅନେକ ଶିକ୍ଷା ଅଧିକାରି ଯୋଗ ଦେଇଛନ୍ତି ହେଲେ ବ୍ଲକର ଅନେକ ଗୁଡିଏ ଗାଁ ଅତ୍ୟନ୍ତ ଦୁର୍ଗମ ଓ ମାଓ ପ୍ରବଣ l ଏହାର ଫାଇଦା ଉଠାଇ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲ ଯାଉନଥିବା ଅଭିଯୋଗ ହେଉଥିବା ବେଳେ ଅଫିସରଙ୍କ ସେହି ସ୍କୁଲରେ ପାଦ ମଧ୍ୟ ପଡୁନାଇଁ l ବାରମ୍ବାର ଖବର ପ୍ରସାରଣ ପରେ ଏକ ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନଯୁକ୍ତି ଦେଇଛନ୍ତି ସରକାର l ଏହି ବ୍ଲକରେ ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଳା ବ୍ଲକର ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରିଥିବା ରୁଷିଆ ମେହେରଙ୍କୁ ନିଯୁକ୍ତ କରାଯାଇଛି l ସେ ଜଣେଯୁବ ପ୍ରତିଭା ଗୁଡ଼ଭେଳା ବ୍ଲକରେ ଅନେକ ଠକ ଶିକ୍ଷକଙ୍କୁ ସାଵାଡ଼ କରି ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିଥିଲେ ବର୍ତମାନସେ ଲାଞ୍ଜିଗଡ ବ୍ଲକରେ ନିଯୁକ୍ତ ହୋଇ ଯୋଗଦାନ କରିଛନ୍ତି l ଲାଞ୍ଜିଗଡ ବ୍ଲକରେ ଶିକ୍ଷା କ୍ଷେତ୍ରରେ ଉନ୍ନତ ଆଣିବା ମୋର ମୂଳ ଲକ୍ଷ୍ୟ, ଏହି ବ୍ଲକରେ କାମ କରି ସଫଳ ହେବା ମୋ ପାଇଁ ଚ୍ୟାଲେଞ୍ଜ ବୋଲି ପ୍ରକାଶ କରିଥିବା ବେଳେ ଆଜି ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସହ ଶିକ୍ଷ୍ୟାଧିକାରୀ ସୁଡ଼ଳଦେବ ମୁଣ୍ଡ, ଭରତଭୂଷଣ ସାହୁ,ଲକ୍ଷ୍ମୀପ୍ରିୟା ମୁଦୁଲି ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା କରିଥିଲେ l ଆଜି ପ୍ରଥମ ଦିବସରେ ଲାଞ୍ଜିଗଡ ବ୍ଲକରେ ଥିବା ୧୩ଗୋଟି କ୍ଲଷ୍ଟର ସଂଯୋଜକ ମାନଙ୍କ ସହିତ ଏକ ବୈଠକ କରି ଶିକ୍ଷା କ୍ଷେତ୍ରରେ ଲାଞ୍ଜିଗଡ ସ୍ଥିତି କଣ ଅଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ନୂତନ ଶିକ୍ଷା ଅଧିକାରୀଙ୍କ ଯୋଗଦାନକୁ ନେଇଁ ଠକ ଶିକ୍ଷକ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ କିଭଲି ଉନ୍ନତି ଆସୁଛି ତାହା ଦେଖୁବାକୁ ବାକି ରହିଲା ଳ
କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






