ପିପଲ୍ ପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ,

ପିପଲ୍ ପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ,
ଶୁଭମ ବାର୍ତ୍ତା :- କିଛି ଦିନ ହେଲା ଲାଞ୍ଜିଗଡ଼ ବ୍ଲକ୍ ର ବିଭିନ୍ନ ସରକାରୀ ସ୍କୁଲ୍ ଗୁଡ଼ିକ ରେ ବାର୍ଷିକ ଉତ୍ସବ ମାନ ଅନୁଷ୍ଟିତ ହେଉ ଥିବା ବେଳେ ଆଜି ଉକ୍ତ ବ୍ଲକ୍ ର କମର୍ଦ୍ଧା ପଞ୍ଚାୟତ ଅନ୍ତର୍ଗତ ପିପଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ମହା ଆଡ଼ମ୍ବର ସହିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ମାଝୀ ଙ୍କ ତତ୍ତ୍ଵାବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଗାଁ ଧରଣୀ ପୀଠ ରୁ ମଶାଲ୍ ଶୋଭାଯାତ୍ରା ରେ ଯାଇ ମଞ୍ଚ ରେ ମଶାଲ୍ ସ୍ଥାପନ ସହିତ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ଉତ୍ସବ ର ମୁଖ୍ୟ ଅତିଥି ଭାବରେ କମର୍ଦ୍ଧା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୁଶୀଳା ନାଏକ୍ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ସର୍ବେଶ୍ଵର ମାଝୀ, ସ୍କୁଲ୍ ସଭାପତି ହିରାଧର ପାତ୍ର, ପ୍ରମୁଖ ଯୋଗ ଦେଇ ଥିଲେ। CRCC ପ୍ରକାଶ୍ ପଧାନ୍ ମୁଖ୍ୟ ବକ୍ତା ଭାବେ ନିଜ ବକ୍ତବ୍ୟ ରଖି ଥିବା ବେଳେ ଶିକ୍ଷକ ଲଳିତ୍ ମୋହନ୍ ଭୋଇ ମଞ୍ଚ ପରିଚାଳନା କରିଥିଲେ ଏହି ଉତ୍ସବ ରେ ସ୍କୁଲ୍ ଛାତ୍ର ଛାତ୍ରୀ ଙ୍କୁନେଇ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ଟି ବିଦ୍ୟାଳୟ ର ପରିଚାଳନା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ସହ ସ୍କୁଲ୍ ର ସହକାରୀ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପୁଝାରୀ, ବକଟି ସ୍କୁଲ୍ ର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ଵେରୁକ୍, ମସ୍କାଗୁଡ଼ା ସ୍କୁଲ୍ ର ଶିକ୍ଷକ ନିରଞ୍ଜନ ବୁଦ୍ଧିଆ ଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଥିଲା।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






