ହାତୀ ଉପଦ୍ରବ,ଚିନ୍ତା ରେ ଚାଷୀ,

Aug 6, 2024 - 06:00
Aug 6, 2024 - 06:20
 0  79
ହାତୀ ଉପଦ୍ରବ,ଚିନ୍ତା ରେ ଚାଷୀ,

ନର୍ଲା ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ,ଚିନ୍ତା ରେ ଚାଷୀ,

  ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲାରେଞ୍ଜ ଉଳିସିର୍କା, ବାଙ୍କେଲ,ପାଣି ମୁଣ୍ଡା,ସମର କଟା , ଇତ୍ୟାଦି ଅଞ୍ଚଳ ରେ ଦିନ କୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଚାଷୀ ଧାର କରଜ କରି ବହୁ କଷ୍ଟ ରେ କରିଥିବା ଧାନ ତଳି, କପା, ମକ୍କା ଓ ବିଭିନ୍ନ ପ୍ରକାର ଚାଷ କୁ ଦଳି ଚକଟି ନଷ୍ଟ କରୁଥିବାରୁ ଚାଷୀ ଙ୍କ ମୁଣ୍ଡରେ ଚଡ଼କ ପଡିଛି । ଦିନ ଯାକ ହାତୀ ପଲ ନିକଟସ୍ଥ ଜଙ୍ଗଲ ଭିତରେ ରହୁ ଥିବା ବେଳେ ରାତି ରେ ଖାଦ୍ୟ ଅନ୍ୱେଷଣ ରେ ଗାଁ ମୁହାଁ ହୋଇ ଚାଷ ଜମି କୁ ପଶି ବିଭିନ୍ନ ପ୍ରକାର ଚାଷ କୁ ନଷ୍ଟ କରୁଛି। ଜଙ୍ଗଲ ବିଭାଗ ଗଜ ସାଥୀ ମାନଙ୍କ ସହିତ ମୋବାଇଲ୍ ଟ୍ରାକ୍ ଦ୍ବାରା ହାତୀ ର ଉପସ୍ଥିତି ଲକ୍ଷ୍ୟ କରି ଲୋକଙ୍କୁ ସଚେତନ କରିବା ସହିତ ପ୍ରତିଦିନ ହାତୀ ଘଉଡାଉ ଥିବା ବେଳେ ଭୋକ ବିକଳ ରେ ହାତୀ ପଲ ଗାଁ ମୁହାଁ ହେଉଛନ୍ତି । ଗତ ବର୍ଷ ହାତୀ ଘଉଡ଼ାଇବା ସମୟରେ ନର୍ଲା ରେଞ୍ଜ ର ରେଞ୍ଜର ପ୍ରଶାନ୍ତ କୁମାର ପାଲ୍ ଙ୍କୁ ହାତୀ ଦଳି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ପ୍ରକୃତ ରେ କହିବାକୁ ଗଲେ ହାତୀ ପଲ ଗାଁ ମୁହାଁ ହେବାର କାରଣ ହେଉଛି ମଣିଷ, ମଣିଷ ହିଁ ନିଜ ର ସ୍ବାର୍ଥ ପାଇଁ ଏକର୍ ଏକର୍ଜଙ୍ଗଲ କୁ କାଟି ପଦା କରି କପା, ହରଡ, ମକ୍କା ଇତ୍ୟାଦି ଚାଷ କରୁଥିବାରୁ, ହାତୀ ଙ୍କ ଖାଇବା ପାଇଁ ଜଙ୍ଗଲ ଭିତରେ କଛି ନାହିଁ ସେ ତ ଆଉ ପଥର ଖାଇ ବଞ୍ଚିବ ନାହିଁ ସେଥିପାଇଁ ହାତୀ ପଲ ସହର ମୁହାଁ ହେଉ ଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ମଣିଷ ନିଜେ ନିଜ ଗୋଡ଼ ରେ କୁରାଡି ମାରିଲା ଭଳି ଜଙ୍ଗଲ ନଷ୍ଟ କରି ହାତୀ ପଲ କୁ ନିମନ୍ତ୍ରଣ କରୁଛି। ଯେତେଦିନ ପର୍ଯ୍ୟନ୍ତ ମଣିଷ ସଚେତନ ହେବା ସହିତ ଜଙ୍ଗଲ ନଷ୍ଟ କରିବା ବନ୍ଦ୍ ନ କରିବ ସେତେଦିନ ପର୍ଯ୍ୟନ୍ତ ହାତୀ ପଲ ଗାଁ ମୁହାଁ ହେଉ ଥିବେ,ଜଙ୍ଗଲ ବିଭାଗ ଯେତେ ପ୍ରୟାସ କଲେ ମଧ୍ୟ ଚାଷୀ ଙ୍କ ଜମି କୁ ହାତୀ ପଲ ନିଶ୍ଚୟ ଆସିବ।

 ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow