ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳିତ,

Sep 5, 2024 - 19:48
Sep 5, 2024 - 19:48
 0  36
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳିତ,

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳିତ,

କଳାହାଣ୍ଡି ଶୁଭମ୍ ବାର୍ତ୍ତା _ଭବାନୀପାଟଣା ସହର ର ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ ହୋଇଯାଇଛି | ଭାରତୀୟ ସଂସ୍କୃତି ଓ ପରମ୍ପରା ରେ ଗୁରୁ ଙ୍କ ପୂଜା ବହୁ ପ୍ରାଚୀନ ଓ ପୁରାତନ, ଗୁରୁ ଶିଷ୍ୟ ସମ୍ପର୍କ ଖୁବ ନିବିଡ଼ | ଶାସ୍ତ୍ର ରେ ଅଛି " ଗୁରୁ ଙ୍କୁ ନ ମଣିବ ନର ଗୁରୁ ସେ ସାକ୍ଷାତେ ଈଶ୍ୱର" | ପ୍ରତିବର୍ଷ ସେପ୍ଟେମ୍ବର ପାଞ୍ଚ ଦେଶର ବିଶିଷ୍ଠ ଶିକ୍ଷାବିତ, ଦାର୍ଶନିକ, ରାଜନେତା ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱତୀୟ ରାଷ୍ଟ୍ରପତି ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣାନ ଙ୍କ ପୁଣ୍ୟ ଜନ୍ମ ତିଥି କୁ ଗୁରୁ ଦିବସ ରୂପେ ପାଳିତ ହେଉଛି ବୋଲି ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ମହାଭାରତ ରୁ ଆମେ ଜାଣିପାରିବା ବୀର ଅର୍ଜୁନଙ୍କ ଧନୁଵିଦ୍ୟା ର ସଫଳତା ପଛରେ ଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ କ୍ରିକେଟ ଜଗତ ର ତାରକା ସଚିନ ତେନ୍ଦୁଲକର ଙ୍କ ସଫଳତା ପଛରେ ଗୁରୁ ରମାକାନ୍ତ ଅଚେରକର ଏଣୁ ମଣିଷ ଜୀବନ ର ସଫଳତା ରେ ଗୁରୁଙ୍କ ଭୂମିକା ଅସ୍ବୀକାର କରାଯାଇପାରେନା ବୋଲି ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ ପ୍ରଣୟ ଆନନ୍ଦ ପ୍ରକାଶ ତ୍ରିପାଠୀ ବକ୍ତବ୍ୟ ରଖିଥିଲେ | ସମାଜସେବୀ ମନୋଜ ମିଶ୍ର ଓ କ୍ରୀଡ଼ାବିତ ଦେବେନ୍ଦ୍ର ରାଉତ ସଂମ୍ନାନିତ ଅତିଥି ରୂପେ ଯୋଗ ଦେଇଥିଲେ | ପ୍ରଥମେ ଡ଼. ରାଧାକ୍ରିଷ୍ଣନ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଶତାଧିକ ସ୍କୁଲର ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, ଚଞ୍ଚଳା ଶର୍ମା, କଲ୍ୟାଣୀ ବାଗ, ସୁଶ୍ରୀ ସାହୁ, ସରିତା ବାଗେଲେ, ସାଧନା ପ୍ରଧାନ, ସୁରଶ୍ମିତା ତ୍ରିପାଠୀ ସହଯୋଗ କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇଥିଲେ |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow