ଠାକୁର୍ ଅନୁକୂଳ ଚନ୍ଦ୍ର ଙ୍କ ପରମ ଭକ୍ତ ଚିତ୍ତ ରଞ୍ଜନ ପଟ୍ଟନାୟକ ଙ୍କ ପରଲୋକ,

ଠାକୁର୍ ଅନୁକୂଳ ଚନ୍ଦ୍ର ଙ୍କ ପରମ ଭକ୍ତ ଚିତ୍ତ ରଞ୍ଜନ ପଟ୍ଟନାୟକ ଙ୍କ ପରଲୋକ,
ଶୁଭମ ବାର୍ତ୍ତା :- ସୃଷ୍ଟି ର ନିୟମ ଅନୁସାରେ ଜନ୍ମ ହେବା ଓ ମୃତ୍ୟୁ ବରଣ କରିବା ଏହା ଚିରନ୍ତନ ସତ୍ୟ ସେଥିପାଇଁ ମଣିଷ ଜନ୍ମ ହୋଇଥାଏ ଏବଂ ମୃତ୍ୟୁ କୁ ମଧ୍ୟ ବରଣ କରିଥାଏ କିନ୍ତୁ ଅସମୟରେ ଇହ ଧାମ ତ୍ୟାଗ କଲେ ପରିବାର ଉପରେ ତାର ବୋଝ ଟିକେ ଅଧିକ ପଡ଼ିଥାଏ, ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଦେହେଲି ଗାଁ ରେ। ଉକ୍ତ ଗାଁ ର ଚିତ୍ତ ରଞ୍ଜନ ପଟ୍ଟନାୟକ ନାମକ ୬0ବର୍ଷୀୟ ଜୈନିକ ବ୍ୟକ୍ତି ରବିବାର ସନ୍ଧ୍ୟାରେ ପ୍ରାଥନା କରୁଥିବା ସମୟରେ ହୃଦ୍ ଘାତ ଯୋଗୁଁ ମୃତ୍ୟୁ ମୁଖରେ ପଡିଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ନର୍ଲା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ମୃତ୍ୟୁ ସମୟରେ ତାଙ୍କ ସହଧର୍ମିଣୀ ଓ ଦୁଇ ପୁଅ ଙ୍କ ସହିତ ପରିବାର ର ଅନ୍ୟ ସଦସ୍ୟ ଉପସ୍ଥିତସି ଥିଲେ। ସେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପରମ ଭକ୍ତ ଥିଲେ ନର୍ଲା ଜୟ ଗୁରୁ ସତ୍ ସଙ୍ଗ କେନ୍ଦ୍ର ର ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଉଥିଲେ ।ତାଙ୍କ ବିୟୋଗ ରେ ନର୍ଲା ସତ୍ ସଙ୍ଗ କେନ୍ଦ୍ର ର ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ବାୟୋଗ ରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ୍ ଅଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସାମ୍ବାଦିକ ନୀଳକଣ୍ଠ ବେହେରା, ଜଗତ ରାମ୍ ସାହୁ, ଦୀପକ୍ ଠାକୁର୍, ସୁଶାନ୍ତ ଛାନ୍ଦ୍, ତ୍ରିଲୋଚନ ଗୌଡିଆ ,ଓ ଜେ ୟୁ ସଂଘ ଓ ଓ ୟୁ ଜେ ସଂଘ ର ସମସ୍ତ ସାମ୍ବାଦିକ ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଅମର ଆତ୍ମା ର ସଦ୍ଗତି ପାଇଁ ସୃଷ୍ଟି କର୍ତ୍ତା ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






