ଟିପିଗୁଡା ବ୍ଲକ ଗଠନ ପାଇଁ ଅଞ୍ଚଳବାସିଙ୍କ ପ୍ରସ୍ତୁତି ବୈଠକ l

Jan 27, 2025 - 20:20
 0  12
ଟିପିଗୁଡା ବ୍ଲକ ଗଠନ ପାଇଁ ଅଞ୍ଚଳବାସିଙ୍କ ପ୍ରସ୍ତୁତି ବୈଠକ l

ଟିପିଗୁଡା ବ୍ଲକ ଗଠନ ପାଇଁ ଅଞ୍ଚଳବାସିଙ୍କ ପ୍ରସ୍ତୁତି ବୈଠକ 

ଧର୍ମଗଡ଼,ଶୁଭମ ବାର୍ତ୍ତା :-୨୭/୧/(ଜନ୍ମେଜୟ ନାଏକ )। ଧର୍ମଗଡ଼ ବ୍ଲକ ଟିପିଗୁଡା ସ୍ଥିତ ରାଜୀବ ଗାନ୍ଧୀ ସଭାକେନ୍ଦ୍ର ପରିସରରେ ଟିପିଗୁଡା ଠାରେ ବ୍ଲକ ସ୍ଥାପନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଟିପିଗୁଡା ପଞ୍ଚାୟତ ସମେତ ଅଞ୍ଚଳର ବିଭିନ୍ନ ବର୍ଗର ଶତାଧିକ ଲୋକେ ସାମିଲ ଥିଲେ l ଆଗାମୀ ଦିନରେ ଖୁବକମ ସମୟ ମଧ୍ୟରେ ଟିପିଗୁଡା ଠାରେ ବ୍ଲକ ସ୍ଥାପନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ତ ହେବାସହ ସରକାରଙ୍କ ଠାରେ ଦାବୀ ଉପସ୍ଥାପନା କରାଯିବ ବୋଲି ମତ ପ୍ରକାଶ ପାଇଥିଲା l ଏ ଅବସରରେ ଆଗାମୀ କାର୍ଯ୍ୟପନ୍ଥା ପାଇଁ ସର୍ବ ସମ୍ମତିରେ ଟିପିଗୁଡା ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା l ସନ୍ତୋଷ ଭୋଇ ସଭାପତି, ଡୁମେରଗୁଡା ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁରେଶ ଭୈସାଲ ଓ ଚୈତନ୍ୟ ନାଏକ ଉପସଭାପତି, ସମ୍ପାଦକ ଟିକେରାମ ସାହୁ ଯୁଗ୍ମ ସମ୍ପାଦକ ଟିପିଗୁଡା ସରପଞ୍ଚ ହାତୀରାମ ଦୁର୍ଗା ଓ କୋଷାଧକ୍ଷ ଈଶ୍ୱରୀ ବଞ୍ଜରାଙ୍କୁ ମନୋନୀତ କରାଯିବା ସହିତ ୨୦ ଜଣଙ୍କୁ କାର୍ଯ୍ୟକାରୀ କମିଟିରେ ରଖାଯାଇଥିଲା l ସାମ୍ବାଦିକ କୃଷ୍ଣଦାସ ନାଏକ ସଭା ପରିଚାଳନା କରିଥବାବେଳ ତେଜନ କୁମାର ଦୁର୍ଗା ଧନ୍ୟବାଦ ଅଭିବାଦନ ପ୍ରଦାନ କରିଥିଲେ l

What's Your Reaction?

like

dislike

love

funny

angry

sad

wow